କଲେଜ ପ୍ରତିଷ୍ଠା ଦିବସକୁ ନେଇ ରାଜନୀତି,ଚାନ୍ଦବାଲିରେ ୧୬୩ ଧାରା ଲାଗୁ

Published By : Prameya-News7 Bureau | September 04, 2024 IST

ଚାନ୍ଦବାଲି ୪/୯: ଭଦ୍ରକ ଚାନ୍ଦବାଲି ବ୍ଲକ ମତୋ ପ୍ଲସ ଥ୍ରୀ ସ୍ନାତକ ମହାବିଦ୍ୟାଳୟର ଉତ୍ତେଜନା,ପୋଲିସ ଛାଉଣୀ । ଆଜି କଲେଜର ପ୍ରତିଷ୍ଠା ଦିବସ । ତା ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖାଦେଇଛି । କଲେଜ ପ୍ରତିଷ୍ଠା ଦିବସକୁ ନେଇ ଜୋର ଧରିଛି ରାଜନୀତି । ଆଜିର କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଯୋଗଦେବେ । ତେବେ ଉତ୍ସବକୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଉତ୍ତେଜନା ଦେଖାଦେଇଛି । କୌଣସି ଅଘଟଣ ଆଶଙ୍କାରେ ମତୋ,ଖେରଙ୍ଗ,ନାଲଗୁଣ୍ଡା ଓ ଦୀଗଛିଆ ବଜାରରେ ୧୬୩ ଧାରା ଲାଗୁ କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.