‘ଛାବା’ ବକ୍ସ ଅଫିସ୍‌ କଲେକ୍ସନ: ୩ ଦିନରେ ୧୦୦ କୋଟିର ବ୍ୟବସାୟ, ନିଜ ରେକର୍ଡ ଭାଙ୍ଗିଲେ ଭିକ୍କି କୌଶଲ

Published By : Prameya-News7 Bureau | February 16, 2025 IST

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଛାବା’, ବକ୍ସ ଅଫିସ କଲେକ୍ସନରେ ରେକର୍ଡ କରିଛି। ଭିକ୍କି କୌଶଲ, ଅକ୍ଷୟ ଖନ୍ନା ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଏହି ଫିଲ୍ମ ଦୁଇ ଦିନରେ ୭୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି। ଆଉ ତୃତୀୟ ଦିନରେ ଫିଲ୍ମ ୧୦୦ କୋଟି ଟଙ୍କା ପାର୍ କରିଛି। ଯାହା ସହ ଏହି ଫିଲ୍ମ ୨୦୨୫ରେ ରିଲିଜ୍‌ ହୋଇଥିବା ଅନ୍ୟ ଫିଲ୍ମର ଲାଇଫ୍‌ଟାଇମ୍‌ କଲେକ୍ସନକୁ ବି ପଛରେ ପକାଇଛି। 

ମ୍ୟାଡକ ଫିଲ୍ମସ ବ୍ୟାନରରେ ନିର୍ମିତ ଛାବା, ପ୍ରଥମ ଦିନ ୩୩.୧ କୋଟି ଟଙ୍କା ଏବଂ ଦ୍ବିତୀୟ ଦିନ ୩୯.୩୦ କୋଟି ଟଙ୍କା ଆୟ କରିଛି। ସେହିଭଳି ତୃତୀୟ ଦିନ ଅର୍ଥାତ ରବିବାର ଏପର୍ଯ୍ୟନ୍ତ ୨୭.୯୯ କୋଟି ଟଙ୍କା ଆୟ କରିଛି। ଏହାକୁ ମିଶାଇଲେ ଫିଲ୍ମ ତିନି ଦିନରେ ହିଁ ୧୦୦ କୋଟି ଟଙ୍କା ଆୟ କରିଛି। ଆଉ ଫିଲ୍ମ ସ୍କାଏ ଫୋର୍ସର ରେକର୍ଡ ଭାଙ୍ଗିଛି।କାରଣ ଅକ୍ଷୟ କୁମାରଙ୍କ ସ୍କାଏ ଫୋର୍ସ ୮ ଦିନରେ ୧୦୦ କୋଟି ଟଙ୍କାର ଆୟ କରିଛି।

ଆହୁରି ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ଭିକ୍କି କୌଶଲ ନିଜର ହିଁ ରେକର୍ଡ ଭାଙ୍ଗିଛନ୍ତି। କାରଣ ଭିକ୍କି କୌଶଲଙ୍କ କୌଣସିବି ଫିଲ୍ମ ପ୍ରଥମ ଓ୍ବିକେଣ୍ଡରେ ୧୦୦ କୋଟିର ଆୟ କରିନଥିଲା। ପୂର୍ବରୁ ତାଙ୍କ ଅଭିନୀତ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ୍’ ପ୍ରଥମ ସପ୍ତାହରେ ୩୫.୭୩ କୋଟି ଟଙ୍କା ଆୟ କରିଥିଲା। ଏହା ବାଦ୍ ଫିଲ୍ମ ‘ରାଜୀ’ ଓପନିଂ ଓ୍ବିକେଣ୍ଡରେ ୩୨.୯୪ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏମିତିରେ ‘ଛାବା’ ଫିଲ୍ମ ଜରିଆରେ କୌଶଲ ନିଜର ହିଁ ରେକର୍ଡ ବ୍ରେକ୍ କରିଛନ୍ତି। କାରଣ ଏହି ଫିଲ୍ମ ଭିକ୍କି କୌଶଲଙ୍କ ପ୍ରଥମ ଓ୍ବିକେଣ୍ଡରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ହୋଇଛି। 

ସୂଚନାଥାଉକି, ଛାବାର ବଜେଟ ୧୩୦ କୋଟି ରହିଛି। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଭିକ୍କି କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ଅକ୍ଷୟ ଖନ୍ନା, ଆଶୁତୋଷ ରାଣା ଏବଂ ଭିନୀତ କୁମାର ସିଂହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.