ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ, ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ରତ୍ନଭଣ୍ଡାର ମରାମତି ନେଇ ହେବ ଆଲୋଚନା

Published By : Prameya-News7 Bureau | November 26, 2024 IST

ପୁରୀ ୨୬।୧୧ :  ମଙ୍ଗଳବାର ସଂଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ରତ୍ନଭଣ୍ଡାର ମରାମତି ସଂପର୍କରେ ଆଜିର ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ । ଖାସ୍‌ କରି ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତ ଦର୍ଶନ ଯେଭଳି ପ୍ରଭାବିତ ନହେବ । ସେ ଉପରେ ଦୃଷ୍ଟି ଦେବା ଉପରେ ଆଲୋଚନା ହେବ । ଏହାବ୍ୟତୀତ କେଉଁ ସମୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ   କରାଯିବ । ସେନେଇ ଛତିଶା ନିଯୋଗ ବୈଠକରେ ମଧ୍ୟ ଆଲୋଚନା ହେବ।

ସେହିପରି ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୪ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ କରାଯିବ ସେନେଇ ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। 

ଡିସେମ୍ବର ୪ ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ। ପୁରୀ ଗସ୍ତରେ ଆସି ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦର୍ଶକ ଓ ପର୍ଯ୍ୟଟକ ପେଣ୍ଠକଟା ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଏହି ସୋ ଦେଖିପାରିବେ। ଏଥିପାଇଁ ସମୁଦ୍ର କୂଳରେ ବିଭିନ୍ନ ସେକ୍ଟର କରାଯାଇଛି। ସମସ୍ତ ସେକ୍ଟରରେ ଦର୍ଶକ ମାନଙ୍କ ସୁବିଧା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.