ପୁରୀ ୧୯।୧୨ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଦ୍ବିତୀୟ ଦିନ। ଗୁରୁବାର ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବ। ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ ଶେଷ ହେବା ପରେ ନଷ୍ଟ ହୋଇଯାଇଥିବା ଲୁହା ବିମ୍ ଓ ପଥର ବଦଳାଯିବ। ବଦଳରେ ନୂଆ ଲୁହା ବିମ୍ ଓ ପଥର ଲଗାଯିବ। ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଶେଷ ପରେ ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ କରାଯିବ।
ସେପଟେ ରତ୍ନଭଣ୍ଡାର ମରାମତି ସମୟରେ ଭିତର ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ମଙ୍ଗଳବାର ଏଏସଆଇ ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଆରମ୍ଭ କରିଥିଲା। ଗତକାଲି ଦିବା ପହୁଡ଼ ନୀତି ଯୋଗୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଥିଲା ।