ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରେ ଏବେ ପୁଣି ନିଖୋଜ ହୋଇଯାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ; ଗତ ଦୁଇ ସପ୍ତାହ ଧରି ନାହିଁ ଖୋଜ୍ ଖବର

Published By : Prameya-News7 Bureau | September 11, 2023 IST

ନୂଆଦିଲ୍ଲୀ 11/09 : ଚୀନରେ ସବୁକିଛି ଠିକ୍ ଚାଲିନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅସୁବିଧାରେ ଅଛନ୍ତି। ସେଥିପାଇଁ ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଦାବି ହେଉଛି ଯେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ପରେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ନିଖୋଜ ହୋଇଯାଇଛନ୍ତି। ବାସ୍ତବରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ କିଛି ଦିନ ହେବ ସର୍ବସାଧାରଣରେ ଦେଖାଯାଇନଥିଲେ, ତେଣୁ ତାଙ୍କର ନିଖୋଜ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଇଠି କହି ରଖୁଛୁ ଯେ, ଏହା ପୂର୍ବରୁ ଚୀନ୍ ସେନାର ଶକ୍ତିଶାଳୀ ରକେଟ୍ ଫୋର୍ସର ଜେନେରାଲ୍ ମଧ୍ୟ ନିଖୋଜ ହୋଇଯାଇଥିଲେ।

{"id":843225,"width":843,"height":568,"sizeSlug":"full","linkDestination":"none"}

ଏଥର ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ଦାବି କରିଛନ୍ତି ଯେ ଗତ ଦୁଇ ସପ୍ତାହ ଧରି ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନାହିଁ। ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସରେ ସେ ନିଜର ଉଦବେଗ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ଚୀନ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ ସି ଜିନପିଙ୍ଗ ପ୍ରତିରକ୍ଷା ମନ୍ତ୍ରୀଙ୍କ ସାମ୍ନାରେ ସୁରକ୍ଷା ଏବଂ ସ୍ଥିରତା ନେଇ ପ୍ରସଙ୍ଗ ଉଠାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗତ ଅଗଷ୍ଟ 29, 2023 ରେ ଯେତେବେଳେ ସେ ବେଜିଂରେ ଆୟୋଜିତ ଚୀନ୍-ଆଫ୍ରିକା ଶାନ୍ତି ଏବଂ ସୁରକ୍ଷା ଫୋରମ୍ ବୈଠକରେ ଯୋଗ ଦେଇଥିଲେ। ସେବେଠାରୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନଥିଲା।  ସ୍ୱଚନାନୁସାରେ ଏହା ପୂର୍ବରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଜୁଲାଇରେ ହଠାତ୍ ତାଙ୍କ ମନୋନୀତ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ହଟାଇ ଦେଇଥିଲେ। ଏହା ପରେ ୱାଙ୍ଗ ୟିଙ୍କୁ ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ କରିବାର ଖବର ଆସିଲାଥିଲା।

{"id":843226,"sizeSlug":"full","linkDestination":"none"}

ତେବେ ଏହା ପୂର୍ବରୁ ତାଙ୍କ ନିଖୋଜ ଖବର ଖବରରେ ଥିଲା। କିନ୍ ଗ୍ୟାଙ୍ଗଙ୍କରଅଚାନକ ଗାଏବ୍ ଲୋକମାନଙ୍କ ପାଇଁ ଏକ ଅବୁଝା ପଜଲ୍ ହୋଇ ରହିଛି। ବାସ୍ତବରେ, ତାଙ୍କୁ ଏପର୍ଯ୍ୟନ୍ତ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ । କିନ୍ ଗ୍ୟାଙ୍ଗକୁ ହଟାଇବା ପରେ ସି ଜିନପିଙ୍ଗ ମଧ୍ୟ ରକେଟ୍ ଫୋର୍ସ ଜେନେରାଲ୍ ଲି ୟୁଚାଓ ଏବଂ ଜେନେରାଲ୍ ଲିୟୁ ଗୁଆଙ୍ଗବିନଙ୍କୁ ବରଖାସ୍ତ କରିଛନ୍ତି।

Also Read- ବାଇଜୁସ୍‌ର ବଡ଼ ଘୋଷଣା, ୬ ମାସ ମଧ୍ୟରେ କରିବ ସବୁ ଋଣ ପରିଶୋଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.