ଜେଲ୍ ଗଲେ ‘Aaj Ki Raat’ କୋରିଓଗ୍ରାଫର ଜାନି ମାଷ୍ଟର, ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା

Published By : Prameya-News7 Bureau | September 21, 2024 IST

ମୁମ୍ଵାଇ ୨୧।୦୯: ହରର କମେଡି ଚଳଚ୍ଚିତ୍ର ସ୍ତ୍ରୀ-୨ ଚର୍ଚ୍ଚାରେ ଅଛି।  ଜବରଦସ୍ତ କଲେକସନ୍‌ ସହ ଖୁବ୍‌ ରେକର୍ଡ ଭାଙ୍ଗୁଛି । ହେଲେ ଏବେ ଫିଲ୍ମର କୋରିଓଗ୍ରାଫର ଗିରଫ ହୋଇଛନ୍ତି। ଗୀତ ‘ଅଜ କି ରାତ୍’ ଅନେକ ଚର୍ଚ୍ଚାରେ ରହିଥିଲା । କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। କିନ୍ତୁ ଏହି ଗୀତର କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଶାରୀରିକ ନିର୍ଯାତନା ମାମଲାରେ ପୋଲିସ ଗିରଫ କରିଛି। ତାଙ୍କ ସହ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି। ଏହି କାରଣରୁ ପୋଲିସ ତାଙ୍କୁ ଗିରଫ କରିଛି। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ତାଙ୍କର ପ୍ରକୃତ ନାମ ଶେଖ ଜାନି। କିନ୍ତୁ ସେ ଜାନି ମାଷ୍ଟର ଭାବରେ ଲୋକପ୍ରିୟ । ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ପୋଲିସ ଜାନିଙ୍କୁ ଗୋଆରୁ ଗିରଫ କରିଛି। ଜାନି ମାଷ୍ଟର ତାଙ୍କ ଦଳର ୨୧ ବର୍ଷ ବୟସ୍କା ମହିଳା ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ । ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ସେପ୍ଟେମ୍ବର ୨୦ ରେ ହାଇଦ୍ରାବାଦ କୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣି ହୋଇଥିଲା। ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନିଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ଅଧୀନରେ ରଖାଯାଇଛି। ସେ ଆସନ୍ତା ଦୁଇ ସପ୍ତାହ ପାଇଁ ହାଇଦ୍ରାବାଦର ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରେ ରହିବେ। 

କହିବାକୁ ଗଲେ ଜାନି ମାଷ୍ଟର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କୋରିଓଗ୍ରାଫର  । ଧନୁଷଙ୍କ ‘ତିରୁଚିଥାମବାଲମ୍’ ଚଳଚ୍ଚିତ୍ରର ମେଘାମ କରୁକାଥା ଗୀତ ପାଇଁ ତାଙ୍କୁ ଫିଲ୍ମ ପୁରସ୍କାର ଦିଆଯାଇଥିଲା  । ଏହା ସହ ଜାନି ଅନେକ ବଡ ବଡ ଚଳଚ୍ଚିତ୍ରରେ କୋରିଓଗ୍ରାଫର ଭାବରେ କାମ କରିଛନ୍ତି  । ସେ ଅଲୁ ଅର୍ଜୁନଙ୍କ ‘ପୁଷ୍ପା’, ରଜନୀକାନ୍ତଙ୍କ ‘ଜେଲର’ ଏବଂ ଥାଲାପାଥୀ ବିଜୟଙ୍କ ‘ଭାରିସୁ’ ଭଳି ଚଳଚ୍ଚିତ୍ରର ଏକ ଅଂଶ ହୋଇଛନ୍ତି। ‘ଷ୍ଟ୍ରି ୨’ ପୂର୍ବରୁ ମଧ୍ୟ ସେ ବଲିଉଡରେ କାମ କରିଥିଲେ। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.