‘ଖୋସଲା କା ଘୋଷଲା’ ଫେମ ଅଭିନେତା ପ୍ରବୀଣ ଡବାସଙ୍କ କାର ଦୁର୍ଘଟଣା, ICUରେ ଭର୍ତ୍ତି

Published By : Prameya-News7 Bureau | September 21, 2024 IST

ମୁମ୍ବାଇ ୨୧।୯: ବଲିଉଡ ଫିଲ୍ମ ‘ଖୋସଲା କା ଘୋଷଲା’ ଆକ୍ଟର ପ୍ରବୀଣ ଡବାସ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇ ବାନ୍ଦ୍ରାସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣା ଶନିବାର ସକାଳେ ହୋଇଛି। ହସ୍ପିଟାଲରେ ପ୍ରବୀଣଙ୍କ ସହିତ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ପ୍ରିତି ଝଙ୍ଗିୟାନୀ ଅଛନ୍ତି।  

ପ୍ରବୀଣ ଆର୍ମ ରେସ୍ଲିଂ ‘ପ୍ରୋ ପଞ୍ଜା ଲିଗ୍’ର କୋ-ଫାଉଣ୍ଡର। ପ୍ରୋ ପଞ୍ଜା ଲିଗ ଏକ ବୟାନରେ କହିଛି ଯେ ଆମକୁ ଏହା ଜଣାଇବାକୁ ଦୁଃଖ ଲାଗୁଛି ଯେ ପ୍ରୋ ପଞ୍ଜା ଲିଗର ସହ ସଂସ୍ଥାପକ ପ୍ରବୀଣ ଡବାସ ହସ୍ପିଟାଲରେ ଆଡମିଟ ଅଛନ୍ତି। ଶନିବାର ସକାଳେ ଦୁର୍ଭାଗ୍ୟପୂର୍ଣ୍ଣ କାର ଦୁର୍ଘଟଣା ପରେ ତାଙ୍କୁ ବାନ୍ଦ୍ରା ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେ ଏ କଥା ପୁଷ୍ଟି କରୁଛୁ ଯେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏହି କଠିନ ସମୟରେ ପ୍ରବୀଣ ଓ ତାଙ୍କ ପରିବାର ସହ ଆମର ସମ୍ବେଦନା ରହିଛି। 

ପ୍ରବୀଣ ଡବାସ ‘ରାଗିଣୀ ଏମଏମଏସ-୨’, ‘ମାଇ ନେମ ଇଜ ଖାନ’ ଭଳି ଫିଲ୍ମ ନିମନ୍ତେ ଫ୍ୟାନସଙ୍କ ନିକଟରେ ପରିଚିତ। ସେ ‘ମେଡ ଇନ ହେଭେନ’ ଭଳି ସିରିଜରେ ମଧ୍ୟ କାମ କରିଛନ୍ତି। ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ‘ଶର୍ମାଜୀ କେ ବେଟି’ ଫିଲ୍ମରେ ତାଙ୍କୁ ଦେଖାଯାଇଥିଲା। ପ୍ରବୀଣ ୨୦୦୮ ମସିହାରେ ବଲିଉଡ ଅଭିନେତ୍ରୀ ପ୍ରିତି ଝଂଗିୟାନୀଙ୍କୁ ବିବାହ କରିଥିଲେ। ପ୍ରିତି ଓ ପ୍ରବୀଣଙ୍କ ଦୁଇଟି ପିଲା ମଧ୍ୟ ଅଛନ୍ତି। ସେମାନଙ୍କ ବୈବାହିକ ଜୀବନ ବେଶ୍ ସୁଖଦ। ତେବେ ଏହି ଦୁର୍ଘଟଣା ସେମାନଙ୍କ ଜୀବନରେ ଝଡ଼ ସୃଷ୍ଟି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.