ଗାୟିକାରୁ ନାୟିକା ସାଜିଲେ ଧ୍ୱନି ଭାନୁଶାଲୀ, ଏହି ଫିଲ୍ମରେ ଆସିବେ ନଜର

Published By : Prameya-News7 Bureau | September 21, 2024 IST

ମୁମ୍ଵାଇ ୨୧।୦୯: ଗତ ଶୁକ୍ରବାର ସିନେ ପରଦାକୁ ଆସିଛି  ରୋମାଣ୍ଟିକ୍‌ କମେଡି ଫିଲ୍ମ ‘କହାଁ ସୁରୁ କହାଁ   ଖତମ୍‌’ । ଏହା ଜରିଆରେ ସିନେ ଦୁନିଆରେ  ଏଣ୍ଟ୍ରି କରିଛନ୍ତି ଗାୟିକା ଧ୍ୱନି ଭାନୁଶାଲୀ । ତାଙ୍କ ସହ ନାୟକ  ଭୂମିକାରେ ସ୍କ୍ରିନ୍‌ ଶେୟାର  କରିଛନ୍ତି ଆଶିମ ଗୁଲାଟି।  ଫିଲ୍ମରେ ରାକେଶ ବେଦୀ,  ସୁପ୍ରିୟାଙ୍କ ଭଳି ବରିଷ୍ଠ  କଳାକାର ଅଭିନୟ କରିଛନ୍ତି । ନିର୍ଦ୍ଦେଶନା  ଦେଇଛନ୍ତି ସୌରଭ  ଦାସଗୁପ୍ତା । କାହାଣୀ  ଲେଖିଛନ୍ତି ଲକ୍ଷ୍ମଣ  ଉତେକର । ସଙ୍ଗୀତ  ଦୁନିଆରେ ସଫଳତା  ହାସଲ କରିଥିବା ଧ୍ୱନି ଗାୟିକାରୁ ନାୟିକା ହେବାର  ଯାତ୍ରା ବିଷୟରେ ନିଜ ଇନ୍‌ଷ୍ଟା  ପୋଷ୍ଟ୍‌ ମାଧ୍ୟମରେ ଫ୍ୟାନ୍‌ଙ୍କ ସହ  ଶେୟାର କରିଛନ୍ତି । 

ସେ କହିଛନ୍ତି,  ଅଗଣିତ ଦିନ ଓ ରାତି ଅନିଦ୍ରା  ରହି, ୬୦୦ ଘଣ୍ଟାର ଅଭିନୟ   କ୍ଲାସ୍‌ କରି ଏବଂ ନିଜର ସବୁ   ଶକ୍ତି-ସାମର୍ଥ୍ୟକୁ ବାଜି ଲଗାଇଦେବା   ପରେ ସେ ବୁଝିପାରିଲେ ଯେ  ଜଣେ କଳାକାର ହେବାକୁ  କ’ଣ କରିବାକୁ ପଡ଼େ । ଯେଉଁ   ମୁହୂର୍ତ୍ତକୁ ସେ ଦୀର୍ଘ ଦିନ ଧରି   ଅପେକ୍ଷା କରିଥିଲେ, ଶେଷରେ  ତାହା ଆସିଛି । ନାୟିକା ରୂପେ  ନିଜର ପ୍ରଥମ ପଦାର୍ପଣକୁ ନେଇ  ଧ୍ୱନି ଖୁବ୍‌ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.