ସତ୍ତା ପରିବର୍ତ୍ତନ ପରେ ଶ୍ରୀଲଙ୍କାରେ ପଡୁଛି ପ୍ରଥମ ଭୋଟ, କେମିତି କ୍ଷମତା ବଞ୍ଚାଇବେ ବିକ୍ରମସିଂହ ?

Published By : Prameya-News7 Bureau | September 21, 2024 IST

ସିଂହଳୀ ୨୧/୦୯: ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ । ୨୦୨୨ ର ଆର୍ଥିକ ସଙ୍କଟ ପରେ ଏହା ଶ୍ରୀଲଙ୍କାରେ ପ୍ରଥମ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଭୋଟ୍ ଗଣତି ପରେ ରବିବାର ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଆର୍ଥିକ ସଙ୍କଟରୁ ଦେଶକୁ ଆଣିବା ପାଇଁ ପ୍ରୟାସର ସଫଳତା ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂହ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି । ଅନେକ ବିଶେଷଜ୍ଞ ଏଥିପାଇଁ ବିକ୍ରମସିଂହଙ୍କୁ ପ୍ରଶଂସା କରିଛନ୍ତି । 

ବାସ୍ତବରେ, ସକାଳ ୭ ଟାରୁ ୫ ଟା ପର୍ଯ୍ୟନ୍ତ ୧୩,୪୦୦ରୁ ଅଧିକ ମତଦାନ କେନ୍ଦ୍ରରେ ପଡୁଛି ଭୋଟ । ଏହି ନିର୍ବାଚନରେ ପ୍ରାୟ ୧.୭ କୋଟି ଭୋଟର ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି । ରବିବାର ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଶନିବାର ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର ରଖିବା ପାଇଁ ୟୁରୋପୀୟ ୟୁନିଅନ୍ (ୟୁଏଇ) ଏବଂ କମନୱେଲଥ୍‌ର ଏକ ଦଳ ପର୍ଯ୍ୟବେକ୍ଷକ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । 

ବିଭିନ୍ନ ଆନ୍ତର୍ଜାତୀୟ ନିର୍ବାଚନ ମନିଟରିଂ ସଂଗଠନର ୧୧୬ ପ୍ରତିନିଧୀ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଉପରେ ନଜର ରଖିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । ୭୮ ପର୍ଯ୍ୟବେକ୍ଷକ EU ରୁ ଆସିଛନ୍ତି । ୟୁଏ ପୂର୍ବରୁ ଶ୍ରୀଲଙ୍କାରେ ନିର୍ବାଚନ ଉପରେ ୬ ଥର ନଜର ରଖିଛି । ଶେଷ ଥର ପାଇଁ ୨୦୧୯ ରାଷ୍ଟ୍ରପତି ନିର୍ବାଚନ ସମୟରେ ୟୁଏଇ ତଦାରଖ କରିଥିଲା । ଏଥିସହ, ମନିଟରିଂ କାର୍ଯ୍ୟକଳାପରେ ଭାଗ ନେବାକୁ କମନୱେଲଥ୍ର ୨୨ ପ୍ରତିନିଧୀ ମଧ୍ୟ ପହଞ୍ଚିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.