ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଟପ୍ ହିଜବୁଲ୍ଲା କମାଣ୍ଡରର ମୃତ୍ୟୁ; ଜବାବରେ ୧୪୦ ରକେଟ ମାଡ଼ କଲା ଆତଙ୍କବାଦୀ ସଂଗଠନ

Published By : Prameya-News7 Bureau | September 20, 2024 IST

internet

ନୂଆଦିଲ୍ଲୀ: ଶୁକ୍ରବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରି ହିଜବୁଲ୍ଲାର ଟପ୍ କମାଣ୍ଡରକୁ ମାରିବା ପରେ ଲେବାନନର ଏହି ଆତଙ୍କବାଦୀ ସଂଗଠନ ଉତ୍ତର ଇସ୍ରାଏଲ୍‌ରେ ୧୪୦ ରକେଟ ମାଡ଼ କରିଛି। ସଂଗଠନ। ଇସ୍ରାଏଲର ମାସ ବମିଂର କଡ଼ା ଜବାବ ଦେବାକୁ ହିଜବୁଲ୍ଲା ନେତା ହସନ ନସ୍ରଲ୍ଲାହ ଶପଥ ନେବାର ଦିନକ ପରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ ସେନାର ସୂଚନା ଅନୁସାରେ, ଲେବାନନ ସୀମାକୁ ଲାଗି ରହିଥିବା ସ୍ଥାନ ଉପରେ ଶୁକ୍ରବାର ଅପରାହ୍ନରେ ରକେଟ ମାଡ଼ କରାଯାଇଥିଲା। ରକେଟମାଡ଼କୁ ନଷ୍ଟ କରିଦିଆଯାଇଛି। 

ହିଜବୁଲ କହିଛନ୍ତି ଯେ ସୀମାରେ ଥିବା ଅନେକ ସ୍ଥାନକୁ କତ୍ୟୁଷା ରକେଟରେ ଟାର୍ଗେଟ କରିଛି। ଇସ୍ରାଏଲର ବାୟୁ ପ୍ରତିରକ୍ଷା ବେସ ଏବଂ ଇସ୍ରାଏଲର ସଶସ୍ତ୍ର ବ୍ରିଗେଡର ମୁଖ୍ୟାଳୟ ଉପରେ ମଧ୍ୟ ସେମାନେ ପ୍ରଥମ ଥର ପାଇଁ ଆକ୍ରମଣ କରିଛନ୍ତି ବୋଲି ହିଜବୁଲା କହିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ କରିଥିବା ବୋମାମାଡ଼ ଜବାବରେ ଇହି ଟାର୍ଗେଟ୍ କରାଯାଇଛି ବୋଲି ହିଜବୁଲ୍ଲା କହିଛନ୍ତି।

ସେପଟେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ହିଜବୁଲ୍ଲାର ଜଣେ ଟପ୍ କମାଣ୍ଡର ମୃତ୍ୟୁ ହୋଇଛି। ଶୁକ୍ରବାର ଇସ୍ରାଏଲ ଲେବାନନର ଦକ୍ଷିଣ ବେରୁଟରେ ଟାର୍ଗେଟ୍ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଏଲିଟ ରାଦୱାନ ୟୁନିଟ୍ ଗ୍ରୁପ କମାଣ୍ଡର ଇବ୍ରାହିମ ଅକିଲର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଲେବାନନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। 

ଏହା ପୂର୍ବରୁ ହିଜବୁଲ୍ଲା ଊପରେ ପେଜର ଓ ୱାକି ଟକି ଆଟାକ୍ କରିସାରିଛି ଇସ୍ରାଏଲ୍। ହିଜବୁଲ୍ଲା ପେଜର ଓ ୱାକିଟକିକୁ ହ୍ୟାକ୍ କରି ଇସ୍ରାଏଲ୍ ସେଥିରେ ବିସ୍ଫୋରଣ କରିଥିଲା। ଏଥିରେ ୩୦ରୁ ଅଧିକ ଆତଙ୍କବାଦଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.