ଅକ୍ଟୋବରରେ ବଳୟାକାର ସୂର୍ଯ୍ୟପରାଗ; ଦୃଶ୍ୟମାନ ହେବ 'ରିଙ୍ଗ ଅଫ୍ ଫାୟାର'

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ,୨୧/୦୯: ଅକ୍ଟୋବର ୨ରେ ବଳୟାକାର ସୂର୍ଯ୍ୟପରାଗ । ଚନ୍ଦ୍ର ଦ୍ୱାରା ସୂର୍ଯ୍ୟ ଆଂଶିକ ଭାବେ ଆଚ୍ଛାଦିତ ହେବେ । ଭାରତ ଏହି ସୂର୍ଯ୍ୟପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ସୂର୍ଯ୍ୟଙ୍କ ସାମ୍ନାକୁ ଚନ୍ଦ୍ର ଆସିବା ପରେ ଏକ ଅଗ୍ନି ବଳୟ ବା ରିଙ୍ଗ ଅଫ୍ ଫାୟାର ଦେଖିବାକୁ ମିଳିବ । ବିଶେଷକରି ଏହା ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚିଲି ଏବଂ ଦକ୍ଷିଣ ଆର୍ଜେଣ୍ଟିନାର କିଛି ଭାଗରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ଅଞ୍ଚଳରେ ଲୋକେ ଚନ୍ଦ୍ରଙ୍କ ପ୍ରତିବିମ୍ୱକୁ ସୂର୍ଯ୍ୟଙ୍କର ଚତୁଃପାର୍ଶ୍ୱରେ ଏକ ଆକର୍ଷକ ବଳୟ ଦେଖିପାରିବେ । ଏହିସବୁ ସ୍ଥାନକୁ ଛାଡ଼ି ବାକି ଅଞ୍ଚଳରେ ଆଂଶିକ ବଳୟ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । 

ବଳୟାକାର ସୂର୍ଯ୍ୟପରାଗ କ’ଣ ?

ସାଧାରଣତଃ ପୃଥିବୀ ଚାରିପାଖରେ ଚନ୍ଦ୍ର ପରିକ୍ରମା କରିଥାଏ । ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଏକ ସରଳରେଖାରେ ରହିଲେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥାଏ । ହେଲେ ବଳୟାକାର ସୂର୍ଯ୍ୟପରାଗରେ ପୃଥିବୀ ଠାରୁ ଚନ୍ଦ୍ରର ଦୂରତା ବଢିଯାଇଥାଏ ଏବଂ ଏହା ନିଜ ଆକାର ଠାରୁ ଆହୁରି କ୍ଷୁଦ୍ର ଦେଖାଯାଏ । ସୂର୍ଯ୍ୟ ସାମ୍ନାରେ ଚନ୍ଦ୍ର ଆସିବା ପରେ ରହିବା ପରେ ସୂର୍ଯ୍ୟର ବାହାର ଅଂଶ ଚନ୍ଦ୍ରର ଚାରିପାଖରେ ଏକ ଅଗ୍ନିବଳୟ ଭଳି ଦୃଶ୍ୟମାନ ହୋଇଥାଏ । 

ସୂର୍ଯ୍ୟପରାଗ କେତେ ପ୍ରକାର?

ସୂର୍ଯ୍ୟପରାଗ ମୁଖ୍ୟତଃ ଚାରି ପ୍ରକାର ଭାବେ ଦୃଶ୍ୟମାନ ହୋଇଥାଏ । ସଂପୂର୍ଣ୍ଣ ସୂର୍ଯ୍ୟପରାଗ, ଆଂଶିକ ସୂର୍ଯ୍ୟପରାଗ, ବଳୟାକାର ସୂର୍ଯ୍ୟପରାଗ ଏବଂ ହାଇବ୍ରିଡ୍ ସୂର୍ଯ୍ୟପରାଗ ।

ସଂପୂର୍ଣ୍ଣ ସୂର୍ଯ୍ୟପରାଗ କ’ଣ ? 

ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଗୋଟିଏ ସରଳରେଖାରେ ଏବଂ ଅତି ନିକଟରେ ଥିଲେ ପୂର୍ଣ୍ଣ-ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥାଏ । ଏହି ସମୟରେ ଚନ୍ଦ୍ରର ବ୍ୟାସ ବଡ଼ ହୋଇଥାଏ। ଫଳରେ ସୂର୍ଯ୍ୟକୁ ଚନ୍ଦ୍ରର ବ୍ୟାସ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦିତ କରିଥାଏ ଏବଂ ପୃଥିବୀ ପୃଷ୍ଠରେ ଅନ୍ଧକାର ଉତ୍ପନ୍ନ ହୋଇଥାଏ । ଏହାକୁ ବିଜ୍ଞାନରେ ପୂର୍ଣ୍ଣ ସୂର୍ଯ୍ୟପରାଗ ବୋଲି କୁହାଯାଏ । 

ଆଂଶିକ ସୂର୍ଯ୍ୟପରାଗ କ’ଣ ?

ଚନ୍ଦ୍ର ସୂର୍ଯ୍ୟକୁ ଆଂଶିକ ଭାବରେ ଘୋଡାଇବା ଦ୍ୱାରା, ଆଂଶିକ ସୂର୍ଯ୍ୟପରାଗ ହୋଇଥାଏ । ଏହି ସମୟରେ ଅସମ୍ପୂର୍ଣ୍ଣ ଶ୍ରେଣୀବଦ୍ଧତା ହେତୁ ଏକ ସଂକୀର୍ଣ୍ଣ ବକ୍ର ଆକୃତିର ଉତ୍ପନ୍ନ ହୋଇଥାଏ । ଏହାକୁ ବିଜ୍ଞାନରେ ଆଂଶିକ ସୂର୍ଯ୍ୟପରାଗ ବୋଲି କୁହାଯାଏ । 

ବଳୟାକାର ସୂର୍ଯ୍ୟପରାଗ କ’ଣ ?

ଯେଉଁ ସମୟରେ ସୂର୍ଯ୍ୟ-ଚନ୍ଦ୍ର-ପୃଥିବୀ ଗୋଟିଏ ସରଳରେଖାରେ ଅବସ୍ଥିତ ହୁଅନ୍ତି ଏବଂ ଚନ୍ଦ୍ରର ବ୍ୟାସ ସୂର୍ଯ୍ୟଙ୍କ ତୁଳନାରେ ଛୋଟ ହୋଇଥାଏ, ସେତେବେଳେ ବଳୟାକାର ସୂର୍ଯ୍ୟପରାଗ ଦୃଶ୍ୟମାନ ହୁଏ । ଏହି ସମୟରେ ସୂର୍ଯ୍ୟାଲୋକ ଚନ୍ଦ୍ର ଚତୁଃପାର୍ଶ୍ୱରେ ଏକ ଅଗ୍ନି ବଳୟ ଭଳି ବା ରିଙ୍ଗ ଅଫ୍ ଫାୟାର ଦେଖାଯାଇଥାଏ । 

ହାଇବ୍ରିଡ୍   ସୂର୍ଯ୍ୟପରାଗ କ’ଣ ?

ଏହା ଏକ ଦୁର୍ଲଭ ପ୍ରକାରର ଗ୍ରହଣ । ଏହି ସୂର୍ଯ୍ୟପରାଗ ବେଳେ ପୃଥିବୀର କିଛି ଭାଗରେ ସମ୍ପୂର୍ଣ୍ଣ ପରାଗ ଏବଂ କିଛି ଅଂଶରେ ବଳୟାକାର ସୂର୍ଯ୍ୟପରାଗ ଦେଖିବାକୁ ମିଳିଥାଏ । ପୃଥିବୀର ଘୂର୍ଣ୍ଣନ୍ନ ପ୍ରକୃତି ପାଇଁ ଏପରି ହୋଇଥାଏ । ଏହି କାରଣରୁ ସୂର୍ଯ୍ୟପରାଗର ପ୍ରଭାବ ପରିବର୍ତ୍ତନ ହୋଇଥାଏ ।

ଚଳିତବର୍ଷର ସୂର୍ଯ୍ୟପରାଗ; 

ଚଳିତବର୍ଷ ବଳୟାକାର ତଥା ଦୁର୍ଲଭ ସୂର୍ଯ୍ୟପରାଗ ଅକ୍ଟୋବର ୨ ତାରିଖରେ ଦୃଶ୍ୟମାନ ହେବ । ପୂର୍ବହ୍ଣ ୧୧ଟା ୪୨ମିନିଟ୍‌ରେ ଆରମ୍ଭଇ ୨ଟା ୪୫ମିନିଟରେ ଗ୍ରହଣ ନିଜର ଚରମସ୍ଥାନରେ ପହଞ୍ଚି ସୂର୍ଯ୍ୟର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶକୁ ଆଚ୍ଛାଦିତ କରିବ । ଏହି ସମୟରେ ଚନ୍ଦ୍ରର ଚାରିପାଖରେ ଏକ ନିଆଁର ବଳୟ ବା ରିଙ୍ଗ ଅଫ୍ ଫାୟାର ସୃଷ୍ଟି ହେବ ।

ଅଗ୍ନି ବଳୟର ପ୍ରଭାବ;

ଏହି ଅଗ୍ନି ବଳୟ କେବଳ ବଳୟାକାର ପଥରରେ ଦେଖିବାକୁ ମିଳିବ । ଏହାର ଦୈର୍ଘ୍ୟ ୧୬୫ରୁ ୨୦୬ ମାଇଲ ରହିବ । ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚିଲି ଏବଂ ଦକ୍ଷିଣ ଆର୍ଜେଣ୍ଟିନାର କିଛି ଅଂଶ ବଳୟାକାର ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ଅଞ୍ଚଳରେ ସୂର୍ଯ୍ୟ ୯୩ ପ୍ରତିଶତ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବେ । ତେବେ ଏହି ପଥର ବାହ୍ୟ ଅଂଶରେ ରହିଥିବା ଲୋକେ ଆଂଶିକ ଗ୍ରହଣ ଦେଖିବାର ସୁଯୋଗ ପାଇବେ ।

ଭାରତରୁ ଦୃଶ୍ୟମାନ ହେବ କି ?

ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ଅନୁଯାୟୀ, ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୨ ତାରିଖର ରାତି ୯ଟା ୧୩ମିନିଟରୁ ଆରମ୍ଭ ହୋଇ ଏହାର ପରଦିନ ଅର୍ଥାତ୍ ଅକ୍ଟୋବର ୩ ତାରଖ ଭୋରୁ ୩ଟା ୧୭ମିନିଟରେ ସମାପ୍ତ ହେବ । ଯେହେତୁ ଭାରତରେ ଏହି ପରାଗ ରାତିରେ ହେବ, ତେଣୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.