୨୦୯୯ ସୁଦ୍ଧା ୟୁରୋପରେ ୫୮ ଲକ୍ଷ ଲୋକଙ୍କ ହେବ ମୃତ୍ୟୁ, ଗବେଷଣାରୁ ନୂଆ ଖୁଲାସା

Published By : Prameya-News7 Bureau | January 30, 2025 IST

ନୂଆଦିଲ୍ଲୀ ୩୦/୦୧: ଦୈନନ୍ଦୀନ ଜୀବନରେ ନଜର ଆସେ ଅନେକ କାହାଣୀ । ଭବିଷ୍ୟତ ନେଇ ଶୁଣିବାରେ ମିଳେ ଅନେକ ସୂଚନା । କିଛି ସାମ୍ନାକୁ ଏପରି ଭାବେ ଆସେ ଯେ, ବଢିଯାଏ ଚିନ୍ତା । କେବଳ ଜ୍ୟୋତିଷ ଶାସ୍ତ୍ର ନୁହେଁ ବରଂ ବୈଜ୍ଞାନିକ ଆଧାରରେ ବି ଚର୍ଚ୍ଚା ହୁଏ । ଏହାରି ଭିତରେ ସାମ୍ନାକୁ ଆସିଛି ବୈଜ୍ଞାନିକଙ୍କ ଭବିଷ୍ୟବାଣୀ । ଯାହାକୁ ନେଇ ଚର୍ଚ୍ଚା ଜୋର୍ । ସାରା ବିଶ୍ୱ ପାଇଁ ବାଜିଛି ସତର୍କଘଣ୍ଟି । LONDON School of Hygiene and Tropical Medicine ଗବେଷଣାରୁ ହୋଇଛି ନୂଆ ଖୁଲାସା । 

ୟୁରୋପବାସୀଙ୍କ ପାଇଁ ସତର୍କ ଘଣ୍ଟି । ୭୫ ବର୍ଷ ମଧ୍ୟରେ ଯିବ ୫୮ ଲକ୍ଷ ଲୋକଙ୍କ ଜୀବନ । ଗବେଷଣାରୁ ନୂଆ ଖୁଲାସା, କଲବଲ କରିବ ଗରମ । ଅଧିକ ପ୍ରଭାବିତ ହେବ ଭୂ-ମଧ୍ୟ ସାଗରୀୟ ଅଞ୍ଚଳ । ୨୦୯୯ ସୁଦ୍ଧା ହେବ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ । ଜଳବାୟୁ ପରିବର୍ତ୍ତନକୁ ନେଇ ବୈଜ୍ଞାନିକଙ୍କ ଆଧାରରେ ଆସିଥିବା ରିପୋର୍ଟ ସୃଷ୍ଟି କରିଛି ଆତଙ୍କ । ବିଜ୍ଞାନସମ୍ମତ ଭବିଷ୍ୟବାଣୀ ଏବେ ଚର୍ଚ୍ଚାରେ । ହେଲେ ଏବେ ଗବେଷଣା ରିପୋର୍ଟ ୟୁରୋପବାସୀଙ୍କ ହଜାଇଦେଇଛି ନିଦ । ସଦ୍ୟ ରିପୋର୍ଟ ଅନୁଯାୟୀ ୨୦୧୫ ରୁ ୨୦୯୯ ମଧ୍ୟରେ ହେବ ଅନେକ ମୃତ୍ୟୁ । ଗରମରୁ ୟୁରୋପରେ ହେବ ୫.୮ ନିୟୁତ ଲୋକଙ୍କର ହେବ ମୃତ୍ୟୁ ।


ଗବେଷଣାରେ କେବଳ ସେହି ମୃତ୍ୟୁକୁ ମିଳିଛି ସ୍ଥାନ ଯାହା ଜଳବାୟୁ ପରିବର୍ତ୍ତନ କାରଣରୁ ହେବ । ଶୀତଜନିତ ମୃତ୍ୟୁ ତୁଳନାରେ ଗରମ ଜନିତ ମୃତ୍ୟୁ ହେବ ଅଧିକ । ବାର୍ସିଲୋନାରେ ସର୍ବାଧିକ ମୃତ୍ୟୁ ହେବା ନେଇ ରିପୋର୍ଟରେ ଖୁଲାସା । ଅଧ୍ୟୟନରେ ମୁଖ୍ୟ ଲେଖକ ଡ. ପିଏରେ ମାସଲୋଟ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଓ ଉଷ୍ମତା ବିରୋଧରେ ତୁରନ୍ତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ ପାଲଟିଛି । ଯାହାକି ସର୍ବାଧିକ ଗୁରୁ୍ତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।  

ଶତାବ୍ଦୀ ଶେଷ ବେଳକୁ ଗରମରେ ମରିବେ ଅନେକ ଲୋକ । ବିଶେଷକରି ଭୂମଧ୍ୟସାଗରରେ ସ୍ଥିତି ହେବ ଭୟାନକ୍ । ଯଦି ଠିକ୍ ସମୟରେ ନିଆଯାଏ ପଦକ୍ଷେପ ତେବେ ପରିବର୍ତ୍ତନଜନିତ ସଂକଟ ଏଡାଇ ହେବ । ବଞ୍ଚିଯାଇପାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ । ଅଧ୍ୟୟନରେ ଥିଲା ୟୁରୋପର ୮୫୪ ସହର । ତେବେ ଏହି ରିପୋର୍ଟ ଏବେ କେବଳ ୟୁରୋପ ନୁହେଁ ସାରା ବିଶ୍ୱ ପାଇଁ ଚେତାବନୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.