ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶତାବ୍ଦୀ ଶେଷ ସୁଦ୍ଧା ଥର ମରୁଭୂମି ପାଲଟି ଯିବ ସବୁଜ କ୍ଷେତ୍ର: ରିପୋର୍ଟ

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ କାରଣରୁ ଭାରତର ଥର ମରୁଭୂମିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏପରି କି ଶତାବ୍ଦୀ ଶେଷ ବେଳକୁ ଏହି ଅଞ୍ଚଳରେ ସବୁଜ ବନାନୀ ଦେଖିବାକୁ ମିଳିପାରେ । ଏକ ଅଧ୍ୟୟନରେ ଏହା ସାମନାକୁ ଆସିଛି । ଅଧ୍ୟୟନରେ ସାମିଲ ଗବେଷଣାକାରୀଙ୍କ ଅନୁସାରେ ତାପମାତ୍ରା ବଢିବା ସହ ସାରା ଦୁନିଆର ଅନେକ ମରୁଭୂମିର ଆକାରରେ ବିସ୍ତାର ନେଇ ଅନୁମାନ କରାଯାଇଛି । ଅନ୍ୟପଟେ ଥର ମରୁଭୂମିରେ ଏହାର ବିପରୀତ ଦେଖିବାକୁ ମିଳିପାରେ ଏବଂ ଚଳିତ ଶତାବ୍ଦୀ ଶେଷ ଆଡ଼କୁ ଏହା ସବୁଜ କ୍ଷେତ୍ରରେ ପରିଣତ ହୋଇପାରେ ।

ପଢନ୍ତୁ: ପାହାଡ ଉପରେ ଝୁଲୁଛି ଦୋକାନ, ପର୍ବତାରୋହୀଙ୍କ ସାଜିଛି ସାଥି,ଦୋକାନ ଚଳାଉଛନ୍ତି ଯୁବତୀ

ଥର ମରୁଭୂମି ରାଜସ୍ଥାନ ବ୍ୟତୀତ ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ପ୍ରାନ୍ତ ଯାଏ ବ୍ୟାପ୍ତ । ଏହା ୨,୦୦,୦୦୦ ବର୍ଗ କିଲୋମିଟରରୁ ଅଧିକ କ୍ଷେତ୍ରରେ ବ୍ୟାପ୍ତ । ଏହା ଦୁନିଆ ୨୦ତମ ସବୁଠୁ ବଡ଼ ମରୁଭୂମି ଏବଂ ନବମ ସବୁଠୁ ଉତ୍ତପ୍ତ ସବଟ୍ରୋପିକାଲ୍ ମରୁଭୂମି ଅଟେ । ଅନେକ ଅଧ୍ୟୟନରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ପୃଥିବୀର ମରୁଭୂମି ବଢିବା ନେଇ ଦାବି କରାଯାଉଛି । ବିଶେଷଜ୍ଞଙ୍କ ଅନୁସାରେ ସାହାରା ମରୁଭୂମିର ଆକାର ୨୦୫୦ ଯାଏ ବାର୍ଷିକ ୬,୦୦୦ ବର୍ଗ କିଲୋମିଟରରୁ ଅଧିକ ବଢିପାରେ ।

ପଢନ୍ତୁ: ହିମାଚଳରେ ପ୍ରକୃତିର ତାଣ୍ଡବ ଜାରି, ଜଳ ପ୍ରଳୟ ଓ ଭୂ-ସ୍ଖଳନରେ ୭୧ ମୃତ, ଅନେକ ନିଖୋଜ

ନୂଆ ଅଧ୍ୟୟନ ଅର୍ଟ୍ସ ଫ୍ୟୁଚର ନାମକ ପତ୍ରିକାରେ ପ୍ରକାଶିତ ହୋଇଛି । ଏଥିରେ ଥର ମରୁଭୂମି ବାବଦରେ ଅପ୍ରତ୍ୟାଶିତ ଦିଗର ଉଲ୍ଲେଖ କରାଯାଇଛି । ଗବେଷଣାକାରୀଙ୍କ ଟିମ୍ ପର୍ଯ୍ୟବେକ୍ଷଣ ଏବଂ ଜଳବାୟୁ ମଡେଲ ସିମୁଲେଶନକୁ ମିଶାଇ ଏହାର ଅଧ୍ୟୟନ କରାଯାଇଛି । ଏଥିରୁ ଜଣାପଡ଼ିଛି ଯେ ୧୯୦୧ରୁ ୨୦୧୫ ମଧ୍ୟରେ ଭାରତ ଏବଂ ପକିସ୍ତାନର ଅର୍ଦ୍ଧ-ଶୁଷ୍କ ଉତ୍ତର-ପଶ୍ଚିମ କ୍ଷେତ୍ରରେ ହାରାହାରି ବର୍ଷା ୧୦-୧୫ ପ୍ରତିଶତ ବଢିଛି ।

ଟିମର ଗବେଷଣା ଅନୁସାରେ ମଧ୍ୟମ ଗ୍ରୀନହାଉସ ଗ୍ୟାସ ନିର୍ଗମନ ସ୍ଥିତିରେ ମଧ୍ୟ ଏହି ବର୍ଷା ୫୦-୨୦୦ ପ୍ରତିଶତ ଯାଏ ବଢିବାର ଅନୁମାନ ରହିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଭାରତୀୟ ପାଣିପାଗର ପରିବର୍ତ୍ତନ ଭାରତର ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ କ୍ଷେତ୍ରରେ ଶୁଷ୍କ ସ୍ଥିତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଅଟେ ।

Also Read: ହାୱାଇ ଦ୍ୱୀପ: ସପ୍ତାହେ ପରେ ବି ଆୟତ ହେଉନି ଜଙ୍ଗଲ ନିଆଁ, ଗଲାଣି ୧୦୦ରୁ ଅଧିକ ଲୋକଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.