ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ପୁଞ୍ଜି ବଜାର, ନିବେଶକଙ୍କ କ୍ଷତି ୧ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଶୁକ୍ରବାର ଅଗଷ୍ଟ ୧୧ରେ ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୩୬୫ ଅଙ୍କ ତଳକୁ ଖସିଛି । ସେହିପରି ନିଫ୍ଟି ୧୯,୪୩୦ ସ୍ତରରେ ବନ୍ଦ ହୋଇଛି । ସପ୍ତାହର ଶେଷ କାରବାର ଦିନରେ ସେୟାର ବଜାର ନିବେଶକଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଅଧିଂକାଶ ସେକ୍ଟୋରଲ ସୂଚକାଙ୍କ ଲାଲ ସଂକେତର ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଫାର୍ମା, ବ୍ୟାଙ୍କିଂ, ଫାଇନାନଶିଆଲ୍ ଏବଂ ଅଟୋ ସେୟାରରେ ଦେଖିବାକୁ ମିଳିଛି । ବ୍ରଡର ମାର୍କେଟରେ ମଧ୍ୟ ଅଧିକ ବିକ୍ରି ଦେଖିବାକୁ ମିଳିଥିଲା । ବିଏସଇର ମିଡ୍‌କ୍ୟାପ ଏବଂ ସ୍ମଲ୍‌କ୍ୟାପ ସୂଚକାଙ୍କ ୦.୧୩ ପ୍ରତିଶତ ଏବଂ ୦.୩୧ ପ୍ରତିଶତ ତଳକୁ ଖସି ବନ୍ଦ ହୋଇଛି ।

ପଢନ୍ତୁ: ଆହୁରି ହ୍ରାସ ହେଲା ସୁନା ଓ ରୂପା ଦର, ଜାଣନ୍ତୁ କମିଲା କେତେ?

ସପ୍ତାହର ଶେଷ କାରବାର ଦିନରେ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ୩୬୫.୫୩ ଅଙ୍କ ବା ୦.୫୬ ପ୍ରତିଶତ ହ୍ରାସ ହୋଇ ୬୫,୩୨୨.୬୫ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୧୪.୮୦ ଅଙ୍କ ବା ୦.୫୯ ପ୍ରତିଶତ କମି ୧୯,୪୨୮.୩୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଅଗଷ୍ଟ ୧୧ରେ କମି ୩୦୪.୫୮ ଲକ୍ଷ କୋଟି ଟଙ୍କା ରହିଛି । ପୂର୍ବ କରାବର ଦିନ ଏହା ୩୦୫.୫୭ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧ ଲକ୍ଷ କୋଟି ଟଙ୍କା କମ ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ଆଜି ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି ।

Also Read: UPIରେ ଯୋଡ଼ିହେବ AI, ଭଏସ କମାଣ୍ଡ ଦ୍ବାରା ଆହୁରି ସହଜରେ ହେବ ପେମେଣ୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.