ବେଙ୍ଗଲ ହିଂସାକୁ ନେଇ କେନ୍ଦ୍ରକୁ ଘେରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | April 16, 2025 IST

କୋଲକାତା ୧୬।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତାରେ ଇମାମଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମମତା ମୁର୍ସିଦାବାଦ ହିଂସା ଲାଗି ବିଜେପିକୁ ଦାୟି କରି ଏହା ସୁନିୟୋଜିତ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ ବେଙ୍ଗଲରେ ଦଙ୍ଗା କରାଇବା ପାଇଁ ଲୋକଙ୍କୁ ବାହାରୁ ଆଣିବାରେ କେନ୍ଦ୍ରୀୟ ଏଜେନ୍ସୀର ଉପଯୋଗ କରାଯାଇଥିଲା। ବିଏସଏଫ କାହିଁକି ହିଂସାକୁ ରୋକିଲା ନାହିଁ ବୋଲି ମମତା ପ୍ରଶ୍ନ ଉଠାଇଛନ୍ତି। 

ମମତା  ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଅମିତ ଶାହଙ୍କୁ କଣ୍ଟ୍ରୋଲ କରନ୍ତୁ। ଆମିତ ଶାହ ଆମ ବିରୋଧରେ ଏଜେନ୍ସୀମାନଙ୍କ ବ୍ୟବହାର କରୁଛନ୍ତି।  ତେବେ ଚିନ୍ତା କରନ୍ତୁ ସେତେବେଳେ କଣ ହେବ ଯେତେବେଳେ ମୋଦି ପ୍ରଧାନମନ୍ତ୍ରୀ ନଥିବେ ବୋଲି କହିଛନ୍ତି। ତେବେ ଅମିତ ଶାହଙ୍କୁ ମମତା ଟାର୍ଗେଟ୍ କରିବା କିଛି ନୂଆ କଥା ନୁହେଁ। ୨୦୨୨ ମସିହାରେ ମମତା ବାନାର୍ଜୀ କହିଥିଲେ ଯେ ଯାଞ୍ଚ ଏଜେନ୍ସୀଙ୍କ ଦୂରୁପଯୋଗ ପଛରେ ପ୍ରଧାନମନ୍ତ୍ରୀଙ୍କ ହାତ ରହିଛି ମୋତେ ଲାଗୁ ନାହିଁ। କାରଣ ସିବିଆଇ ଓ ଇଡି ଗୃହମନ୍ତ୍ରାଳୟଙ୍କ ଅନ୍ତର୍ଗତ। 


ମମତା କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ବିଏସଏଫ ପଶ୍ଚିମବଙ୍ଗକୁ ଲାଗି ରହିଥିବା ବାଂଲାଦେଶର ୨,୨୦୦ କିଲୋମିଟର ସୀମାକୁ ଜଗି ରହିଛି। ଏଥିରେ ବାଂଲାଦେଶରୁ ଉପଦ୍ରବୀ ପଶ୍ଚିମବଙ୍ଗକୁ ଅନୁପ୍ରବେଶ କରିବା ପାଇଁ ବିଏସଏଫ ଦାୟୀ। ମମତା ବାନାର୍ଜୀ କହିଛନ୍ତି ଯେ ବେଙ୍ଗଲରେ ବିଜେପି ବାହାର ଲୋକଙ୍କୁ ଅଣାଇ ହିଂସା କରିଛି। ୱକଫକୁ ନେଇ ଲୋକଙ୍କୁ ଉସକା ଯାଇଛି। ସେ ମୁର୍ସିଦାବାଦ ହିଂସାକୁ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଏଣୁ ମମତା ଇଣ୍ଡିଆ ମେଣ୍ଟକୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଛନ୍ତି। 


ମମତା କହିଛନ୍ତି ଯେ ଆମେ ହିନ୍ଦୁ ଓ ମୁସଲମାନଙ୍କୁ ବାଣ୍ଟିହେବାକୁ ଦେବୁ ନାହିଁ। ଏହା କୌଣସି ଜଣକର ମାମଲା ନୁହେଁ। ୱକଫ ମାମଲାରେ ନିତିଶ କୁମାର ଓ ଚନ୍ଦ୍ରବାବୁ ନାୟଡୁ ନିରବତା ଅବଲମ୍ବନ କରୁଛନ୍ତି। ଏମାନେ କେବଳ ଶାସନ ଲୋଭି, ହେଲେ ଆମେ ଯେଉଁ ପର୍ଯ୍ୟନ୍ତ ଅଛୁ ହିନ୍ଦୁ ମୁସଲମାନ ହେବାକୁ ଦେବୁ ନାହିଁ। ଏଥିରେ ଯଦି ବେଙ୍ଗଲରେ ବିଜେପିର ସରକାର ହୁଏ ତେବେ ଆପଣମାନଙ୍କ ଖାଇବା ପିଇବା ବି ବନ୍ଦ କରିଦେବେ। ବିଜେପି ଆପଣମାନଙ୍କୁ ଉସକାଇବାକୁ ଚେଷ୍ଟା କରୁଛି। ଏଣୁ ମୁଁ ହିନ୍ଦୁ ସମୂଦାୟଙ୍କୁ ସେମାନଙ୍କ ଉକସାଇବାର ପଡନ୍ତୁ ନାହିଁ ବୋଲି ନିବେଦନ କରୁଛି ବୋଲି ମମତା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.