ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମୁଖ୍ୟ ଶାସନ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ

Published By : Prameya-News7 Bureau | June 14, 2024 IST

ଭୁବନେଶ୍ବର ୧୪।୬: ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧାନ କ୍ବିଣ୍ଟାଲ ୩୧୦୦ ଟଙ୍କା କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ପରେ ବିସ୍ତୃତ ଗାଇଡ଼ ଲାଇନ ପ୍ରସ୍ତୁତ ପାଇଁ କୃଷି ସଚିବ ଓ କୃଷି ନିର୍ଦ୍ଦେଶକଙ୍କୁ ଆଲୋଚନା ପାଇଁ ଡାକିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ପହଞ୍ଚିଥିଲେ କୃଷି ସଚିବ ଅରବିନ୍ଦ ପାଢ଼ୀ ଓ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ । ଗୁରୁତ୍ୱପୂର୍ଣ୍ଣ ବୈଠକ ନେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ଅର୍ଥ ସଚିବ ବିଶାଳ ଦେବ ମଧ୍ୟ ବୈଠକରେ ଉପସ୍ଥିତ । ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଅଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ସାମିଲ ଅଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ବୈଠକରେ ସାମିଲ ଅଛନ୍ତି ।

You Can Read :

ନୂତନ ପ୍ରଜାତିର କୋଚିଆ ମାଛ “ଓପିକଥସ ସୂର୍ଯ୍ୟାଇ" ଚିହ୍ନଟ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.