ସରକାରଙ୍କ କଡ଼ା ଆଭିମୁଖ୍ୟ, ୮ ମାସରେ ୫୦ ଦୁର୍ନୀତିଖୋରଙ୍କୁ ଧରିଛି ଭିଜିଲାନ୍ସ

Published By : Prameya-News7 Bureau | February 17, 2025 IST

ଭୁବନେଶ୍ୱର ୧୭।୦୨: ଦୁର୍ନୀତିଖୋର ବାବୁଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ । ଗତ ୮ ମାସରେ ୫୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ମୋଟ ୧୧୭ କୋଟିର ସମ୍ପତ୍ତି ଜବତ ହୋଇଛି। ୧୧ ଜଣ ଅଧିକାରୀଙ୍କୁ ନିକଟରୁ ୪ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଗହଣା, ଘର, ପ୍ଲଟ ଜବତ ହୋଇଛି । ୧୩ ଟି ମାମଲାରେ ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ଥ ହୋଇଥିବା ବେଳେ ୯ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ରାଜ୍ୟରେ ମୋଟ ୩ ହଜାର ୬୯୨ ଭିଜିଲାନ୍ସ ମାମଲା ବିଚାରଧୀନ ରହିଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।


  • odisha
  • OdishaNews
  • Odisha Assembly
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.