ବାହୁଡ଼ା ଯାତ୍ରାରେ ରଥ ଉପରେ ମୋବାଇଲ୍ ବ୍ୟବହାର : ଆଉ ଜଣେ ସେବାୟତଙ୍କ ବିରୋଧରେ ଥାନାରେ ଅଭିଯୋଗ

Published By : Prameya-News7 Bureau | July 17, 2024 IST

ପୁରୀ ୧୭।୭: ବାହୁଡ଼ା ଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ସମ୍ପର୍କରେ ଆଉ ଜଣେ ସେବାୟତଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଫୋନ୍ ବ୍ୟବହାର କରୁଥିବା ଫଟୋ ତଥା ଖବରକାଗଜରେ ପ୍ରକାଶିତ ଲେଖା ମଧ୍ଯ ଏଥିସହ ସଂଲଗ୍ନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ କେତେକ ସେବକଙ୍କ ବିରୋଧରେ ମଧ୍ୟ ମୋବାଇଲ ବ୍ୟବହାର ନେଇ ଚିତ୍ର ଏବଂ ଭିଡିଓ ହସ୍ତଗତ ହୋଇଛି । ଏନେଇ ପର୍ଯ୍ୟାୟକ୍ରମେ ଅଭିଯୋଗ ଦାଖଲ ହେବା ସହିତ ପୋଲିସ ପକ୍ଷରୁ ଚିହ୍ନଟ ପରେ ଆବଶ୍ୟକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

You Can Read:

କମିଟି ଦ୍ବାରା ପରିଚାଳିତ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.