କମିଟି ଦ୍ବାରା ପରିଚାଳିତ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି

Published By : Prameya-News7 Bureau | July 17, 2024 IST

ବୌଦ୍ଧ ୧୭: ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନେଇ ରାଜ୍ୟ ସରକାରଙ୍କ ଯୋଜନା ମାଳମାଳ । ଗ୍ରାମାଞ୍ଚଳ ସ୍ତରରେ ବିଦ୍ୟାଳୟ ଗୁଡ଼ିକ ଖୋଲି ସମସ୍ତଙ୍କୁ ଶିକ୍ଷାଦାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ । ହେଲେ ବୌଦ୍ଧ ଜିଲ୍ଲାରେ ଆଜି ବି ଏମିତି ବିଦ୍ୟାଳୟ ରହିଯାଇଛି ଯେଉଁ ସ୍କୁଲକୁ ପରିଚାଳନା କମିଟି ଚଳାଉଛି ହେଲେ ସ୍କୁଲ ସ୍ଥାପନ ହେବାର ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇବାରୁ ବଞ୍ଚିତ ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୯୨ ମସିହାରେ ଗଠିତ ହୋଇଥିବା ଏହି ବିଦ୍ୟାଳୟଟି ୩୨ ବର୍ଷ ହେବ କେବଳ ପରିଚଳନ କମିଟି ଭରସା ହିଁ ଚାଲିଆସିଛି । 


ସରକାରୀ ମାନ୍ୟତା ପାଇବା ନେଇ ଯେଉଁ ଆନୁସଙ୍ଗିକ ବ୍ୟବସ୍ଥା ରହିଥାଏ ସେସବୁ ଏହି ବିଦ୍ୟାଳୟରେ ରହିଛି । ବିଦ୍ୟାଳୟରେ ସୁନ୍ଦର ବଗିଚା, ସୁନ୍ଦର ଖେଳପଡିଆ ଓ ଭଲ ପାଠପଢା ହେଉଥିବାରୁ ଆଖପାଖ ଅଞ୍ଚଳର ଓ ଦୂରଦୁରାନ୍ତରୁ ପାଠପଢିବା ପାଇଁ ବହୁ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ଚଳିତ ଶିକ୍ଷା ବର୍ଷରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭୭ ଜଣ ଛାତ୍ରଛାତ୍ରୀ ଶିକ୍ଷାଦାନ ପାଉଛନ୍ତି । ସରକାରୀ ମାନ୍ୟତା ଅଭାବରୁ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନରୁ ମଧ୍ୟ ବଞ୍ଚିତ ରହୁଛନ୍ତି । ତେବେ ଏହି ବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ପୁରାତନ ରାଜ୍ୟ ସରକାର, ପୁରାତନ ବିଧାୟକ ଓ ପ୍ରଶାସନଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନାହିଁ । ତେବେ ତୁରନ୍ତ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କୁ ଦାବି ହୋଇଛି ।

You Can Read:

ବିଦ୍ୟୁତ ତାର ଚୋରି ବେଳେ ଧରାପଡିଲେ ୨ ଚୋର, ଖସିଗଲେ ୬ ଜଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.