ବୌଦ୍ଧ ଲକ୍ଷ୍ମଣ ମିର୍ଦ୍ଧା ହତ୍ୟା ଘଟଣା, ୨ ସଂପର୍କୀୟ ଭାଇଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 21, 2024 IST

ବୌଦ୍ଧ:୨୧/୧୦: ଲକ୍ଷ୍ମଣ ମିର୍ଦ୍ଧା ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ । ହତ୍ୟାକାରୀ ୨ ସଂପର୍କୀୟ ଭାଇ ହରିଶ୍ଚନ୍ଦ୍ର ମିର୍ଦ୍ଧା ଓ ପବିତ୍ର ମିର୍ଦ୍ଧା ।ପୂର୍ବ ଶତ୍ରୁତାକୁ ନେଇ ଉଭୟ ଲକ୍ଷ୍ଣଣଙ୍କୁ ଭୋଜି କରିବା ବାହାନାରେ ଡାକି ନେଇ  ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ । ହତ୍ୟାରେ ବ୍ୟବହୃତ ଛୁରୀ ଓ ବାଇକ ଜବତ କରିଛି ପୋଲିସ ।

ଗତ ୧୪ ତାରିଖରେ ମଣିପୁର ବଗିଚା ନିକଟରୁ ବୌଦ୍ଧ ଥାନା ତାଳବାହାଲ ଗାଁର ଲକ୍ଷ୍ଣଣ ମିର୍ଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଲକ୍ଷ୍ମଣଙ୍କ ପେଟରେ ଛୁରୀ ଭୁସି ହତ୍ୟା କରାଯାଇଥିଲା । ଏନେଇ ପୁରୁଣା କଟକ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । 

ତଦନ୍ତ ବେଳେ ଲକ୍ଷ୍ଣଣଙ୍କ ସଂପର୍କୀୟ ଭାଇ ହରିଶ୍ଚନ୍ଦ୍ର ଓ ପବିତ୍ର ପୋଲିସ ସ୍କାନରକୁ ଆସିଥିଲେ । ସନ୍ଦେହରେ ପୋଲିସ ଉଭୟଙ୍କୁ ପଚରାଉଚରା କରିଥିଲା । ଜେରା ବେଳେ ହରିଶ୍ଚନ୍ଦ୍ର ଓ ପବିତ୍ର ଲକ୍ଷ୍ଣଣଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲେ । ସୋମବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.