ପାଟଣା୨୧/୧୧: ସ୍କୁଲ ନ ଯାଇ ସାଙ୍ଗସାଥୀଙ୍କ ସହ ବୁଲୁଥିଲେ । କାହିଁକି ପାଠ ନ ପଢି ବୁଲୁଚୁ ବୋଲି ତାଗିଦ କଲେ ମାଆ । ବେକରେ ରଶି ଲଗାଇ ଜୀବନ ହାରିଦେଲା ପୁଅ । ପୋଲିସର ଛାନ୍ଭିନ୍ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ପିଙ୍ଗୁ ପାଟଣା ଗାଁରେ ଚାଞ୍ଚଲ୍ୟ । ମୃତକ ସ୍ଥାନୀୟ ଅଞ୍ଚଳର ପିତ୍ତି ମୁର୍ମୁଙ୍କ ୧୪ ବର୍ଷୀୟ ପୁଅ । ମଙ୍ଗଳବାରର ଘଟଣା । ମାଆଙ୍କ ଠାରୁ ଗାଳି ଶୁଣିବା ପରେ ଘରୁ ରାଗି ବାହାରି ଯାଇଥିଲେ ନାବାଳକ । ଅନେକ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ।
ବୁଧବାର ସକାଳୁ ଘର ଠାରୁ କିଛି ଦୂର ହୁଡିରେ ଥିବା ବରଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ସାହାରପଡା ଫାଣ୍ଡି ପୋଲିସ ମୃତଦହେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଅପମୃତ୍ୟୁ ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଛି । ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ସାମାନ୍ୟ କଥାରେ ଜୀବନ ହାରିବାର ମାନସିକତା ବଢି ବଢି ଚାଲିଛି । ଯାହା ବେଶ ଚିନ୍ତାଜନକ ।