ବାହାଘରକୁ ୬ ମାସ ପୁରିନି, ଯୌତୁକ ପାଇଁ ବୋହୂକୁ ବିଷ ପିଆଇ ଦେଲେ ଶାଶୂଘର ଲୋକ, ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | November 19, 2024 IST

ବିନିକା ୧୯/୧୧: ବିବାହକୁ ୬ ମାସ ପୁରିନି । ଉଜୁଡି ଗଲା ସଂସାର । ଯୌତୁକ ଜୁଇରେ ଜଳିଲେ ବୋହୂ । ଝିଅକୁ ଯୋଜନା ବଦ୍ଧ ଭାବରେ ବିଷ ପିଆଇ ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରୁ ଆସିଛି ଯୌତୁକ ପାଇଁ ବଧୂହତ୍ୟାର ଖବର । 

ମୃତକ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗାଁର ଅଞ୍ଜଳି ମହାକୁଡ । ୬ ମାସ ତଳେ ସେ ଚରଦା ଗାଁର ନରେନ୍ଦ୍ର ପଧାନଙ୍କୁ ବିବାହ କରିଥିଲେ । ତେବେ ବିବାହ ଦିନଠାରୁ ହିଁ ଅଞ୍ଜଳିଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ଶାଶୁ ଘର ଲୋକେ । ବାରମ୍ବାର ସୁନା ଓ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । 

ଗତ ୧୩ ତାରିଖରେ ଶାଶୁ ଘର ଲୋକ ମିଶି ଅଞ୍ଜଳିଙ୍କୁ ଜବରଦସ୍ତି ବିଷ ପିଆଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳୁ ଅଞ୍ଜଳିଙ୍କର ମୃତ୍ୟୁ ହୋଇଯାଇଛି । ଝିଅକୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ବିନିକା ଥାନାରେ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଆ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.