କଟକ ୧୯/୧୧: ବାଲିଯାତ୍ରା ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡିଲେ କଟକ-ବାରବାଟୀ ବିଧାୟକା । କହିଲେ, କାମ ନକଲେ କଟକ ଛାଡ । ପୂର୍ବ ସରକାର ଭଳି ଏ ସରକାରରେ ବି ଚାଲିଛି ଅଫିସର ରାଜ । ଦାୟିତ୍ୱବାନ ନହେଲେ କଟକ ଛାଡନ୍ତୁ ଅଫିସର । କାମ କରି ନ ହେଲେ କଟକ ଛାଡ । ଆଜି କିଛି ଏଭଳି ଚେତାବନୀ ଦେଇ ବର୍ଷିଛନ୍ତି କଟକ -ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ।
ସୂଚନା ଥାଉକି, କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସେ ତାତିଛନ୍ତି । ରବିବାର ଯାତ୍ରା ଦେଖିବାକୁ ଯାଉଥିବା ବେଳେ କରେଣ୍ଟ ଲାଗି ଛାତ୍ରଙ୍କ ମୃତ୍ୟୁ ଓ ବାଲିଯାତ୍ରା ମଞ୍ଚ ରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଶୋକୁ ଅଧାରୁ ବନ୍ଦ କରିବା ଘଟଣାକୁ ନେଇ ସେ ବର୍ଷିଛନ୍ତି । ବାରବାଟୀ କଟକ ବିଧାୟିକା କହିଛନ୍ତି ଏଭଳି ହେବା ଦ୍ଵାରା ବାଲିଯାତ୍ରା ର ମର୍ୟ୍ୟାଦା ହାନି ହେବା ସହ ଲୋକଙ୍କ ମନକୁ ଆଘାତ ପହଁଞ୍ଚିଛି ।
ଏବେବି ପୂର୍ବ ସରକାର ଭଳି ଏ ସରକାରରେ ଅଫିସର ରାଜ ଚାଲିଛି ଦାୟିତ୍ୱହୀନ ଭାବେ ଯେଉଁ ଅଫିସର କାମ କରୁଛନ୍ତି ସେମାନେ ଦାୟିତ୍ୱବାନ ହୁଅନ୍ତୁ ନଚେତ୍ କଟକ ଛାଡନ୍ତୁ ବୋଲି କହିଛନ୍ତି ସୋଫିଆ ଫିର୍ଦ୍ଦୋଶ ।