ବହୁ ବିବାଦ ପରେ ‘Emergency’କୁ ମିଳିଲା ନୂଆ ଡେଟ୍, ଏହି ଦିନ ହେବ ରିଲିଜ୍

Published By : Prameya-News7 Bureau | November 19, 2024 IST

ମୁମ୍ଵାଇ ୧୯।୧୧; ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ବର୍ତ୍ତମାନ ତାଙ୍କ ଫିଲ୍ମ ଏମର୍ଜେନ୍ସିକୁ ନେଇ ବଡ ଅପଡେଟ୍‌ ଆସିଛି। ଏମର୍ଜେନ୍ସିକୁ ସେନସର ବୋର୍ଡ ଅନେକ ସିନ୍ କାଟିବା ପରେ ରିଲିଜ ପାଇଁ ଅନୁମତି ଦେଇଥିଲେ। ଏବେ ଏହାର ରିଲିଜ ତାରିଖ ସାର୍ବଜନୀନ ହୋଇଛି।

ଆସନ୍ତା ବର୍ଷ ଜାନୁଆରୀ ୧୭ରେ ଦେଶର ବିଭିନ୍ନ ହଲରେ ଫିଲ୍ମ ରିଲିଜ୍‌ ହେବ । ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରିକାଳୀନ ସ୍ଥିତି ଉପରେ ‘ଏମର୍ଜେନ୍ସି’ ଫିଲ୍ମ ପ୍ରସ୍ତୁତ ହୋଇଛି। କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ। ଅଭିନେତ୍ରୀଙ୍କ ବ୍ୟତୀତ ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ୍‌ଙ୍କୁ ଦେଖିବାକୁ ମିଳିବ।

ଫିଲ୍ମଟିକୁ କଙ୍ଗନା ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୨୦୨୬ ଜାନୁଆରୀ ୧୭ରେ ରିଲିଜ ହେବ ବୋଲି କଙ୍ଗନା ନିଜେ ସୂଚନା ଦେଇଛନ୍ତି।ଫିଲ୍ମଟି ୨୦୨୪ ମସିହା ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା। କିନ୍ତୁ ଏହାର ଏକାଧିକ ଦୃଶ୍ୟକୁ ନେଇ ବିଭିନ୍ନ ଶିଖ ସଂଗଠନ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଶିଖ ସଂପ୍ରଦାୟର ଲୋକଙ୍କୁ ଏଥିରେ ଅପମାନିତ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ବଢ଼ିବାରୁ ସେନସନ ବୋର୍ଡ ଫିଲ୍ମର ରିଭ୍ୟୁ କରିବା ସହ ୧୩ଟି ସିନ୍‌ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ U/A ସାର୍ଟିଫିକେଟ ଦ୍ୱାରା ଫିଲ୍ମକୁ ରିଲିଜ ପାଇଁ ଅନୁମତି ମିଳିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.