ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଂପ୍ରତି ଗୋଟିଏ ପରେ ଗୋଟିଏ ଆକ୍ସନ, କମେଡ଼ି ଓ ହରର ଫିଲ୍ମର ସ୍ଵିକେଲ୍ ନିର୍ମାଣ ହେବାରେ ଲାଗିଛି। ଏହି ତାଲିକାରେ ଆଉ ଏକ ବଡ଼ ଫିଲ୍ମର ନାଁ ଯୋଡ଼ି ହୋଇ ଯାଇଛି। ଏହି ଫିଲ୍ମର ନାଁ ହେଉଛି ସୁପର ହିରୋର ସବୁଠୁ ସଫଳ ଫିଲ୍ମ କ୍ରିଷ। ବଲିଉଡର ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏକ ଗୁଡ୍ ନ୍ୟୁଜ୍ ଦେଇ କହିଛନ୍ତି ଯେ, କ୍ରିଷ ୪ ପରଦାକୁ ଆସିବାକୁ ଯାଉଛି। ଏଥିସହ ସେ ନିଜର ନିର୍ଦ୍ଦେଶନାରୁ ଅବସର ନେବାର ସଙ୍କେତ ମଧ୍ୟ ଦେଇଛନ୍ତି।
୧୧ ବର୍ଷ ପରେ କ୍ରିଷ ହୋଇ ଫେରିବେ ଋତିକ
ସୁପରହିରୋର ଫ୍ରାଞ୍ଚାଇଜ ପିଲ୍ମ ‘କ୍ରିଷ ୩’ ୨୦୧୩ରେ ରିଲିଜ୍ ହୋଇଥିଲା। ଏହା ପରେ ସିନେ ପ୍ରେମୀ ଏହାର ପରବର୍ତ୍ତୀ ପାର୍ଟକୁ ଅପେକ୍ଷା କରି ରହିଥିଲେ। ପ୍ରାୟ ୧୧ ବର୍ଷ ପରେ କ୍ରିଷର ଚତୁର୍ଥ ପାର୍ଟ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ରାକେଶ ରୋଶନ ବଲିଉଡ ହଙ୍ଗାମାକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋତେ ଲାଗୁଛି କ୍ରିଷ ୪ ପରେ ଆଉ ସେ କୌଣସି ଫିଲ୍ମର ନିର୍ଦ୍ଦେଶନା ଦେବେ ନାହିଁ। କିନ୍ତୁ ନିଶ୍ଚିତ ରୂପ ବହୁତ ଶୀଘ୍ର କ୍ରିଷ ୪ର ଘୋଷଣା କରିବି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଋତିକଙ୍କ ବ୍ୟାଙ୍ଗ୍ ବ୍ୟାଙ୍ଗ୍, ଓ୍ଵାର ଓ ଫାଇଟରର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିଜର ଏକ୍ସ ହ୍ୟାଣ୍ଡେଲରେ ଋତିକଙ୍କ କ୍ରିଷ ଗେଟ୍ଅପ୍ର ଏକ ଫଟୋ ସହ କ୍ୟାପସନ ସହ ଲେଖିଥିଲେ। ସିଦ୍ଧାର୍ଥ ଆନନ୍ଦ କହିଥିଲେ, ସେ ପୁଣି ଥରେ ଆସୁଛି। ଅର୍ଥାତ କ୍ରିଷ ୪ ଆସୁଥିବାର ସେ ସଙ୍କେତ ଦେଇଥିଲେ। ଆଉ ଆଜି ଏହା ଉପରେ ମୋହର ମାରିଛନ୍ତି ଖୋଦ୍ ନିର୍ଦ୍ଦେଶକ ରାଜେଶ ରୋଶନ।