ରାହୁଲ ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ, ରାଜଧାନୀ ରାସ୍ତାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | September 19, 2024 IST

ଭୁବନେଶ୍ବର ୧୯।୯: ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ଓ ତାର ସହଯୋଗୀ ଦଳର ନେତାମାନେ ଆପତ୍ତିଜନକ ମନ୍ତବ୍ୟ ଦେବା ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଭବନରୁ କଂଗ୍ରେସରୁ ବିଶାଳ ରାଲି ବାହାରିଥିଲା । ବିଜେପି ଅଫିସ ଘେରାଉ କରିବାକୁ ଯିବା ବେଳେ ଖାରବେଳ ନଗର ଥାନା ନିକଟରେ ପୋଲିସ ଅଟକାଇଥିଲା । ସେଠାରେ ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା । ଯେଉଁ ନେତା ମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଥାନାରେ କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି । କଂଗ୍ରେସ ଦାବି କରିଛି ଯେଉଁମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

You Can Read:

ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ଫରେଷ୍ଟଗାର୍ଡଙ୍କ ନିର୍ଦ୍ଦେଶରେ ହାଣି ଫିଙ୍ଗିଦେଲେ : କୋର୍ଟଚାଲାଣ ବେଳେ ଅଟକାଇଲେ ସମ୍ପର୍କୀୟ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.