ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ଫରେଷ୍ଟଗାର୍ଡଙ୍କ ନିର୍ଦ୍ଦେଶରେ ହାଣି ଫିଙ୍ଗିଦେଲେ : କୋର୍ଟଚାଲାଣ ବେଳେ ଅଟକାଇଲେ ସମ୍ପର୍କୀୟ

Published By : Prameya-News7 Bureau | September 19, 2024 IST

ନୀଳଗିରି ୧୯।୯: ବାଲେଶ୍ଵର ଜିଲ୍ଲା ସୋର ରେଞ୍ଜ କୁଲଡିହା ଅଭୟାରଣ୍ୟ ବେତେଇ ବିଟ୍‌ରେ କିଛି ମାସ ପୂର୍ବରୁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଏହାକୁ ଲୁଚାଇବା ପାଇଁ କାର୍ଯ୍ୟରତ ଫରେଷ୍ଟଗାର୍ଡ ପଦ୍ମଲୋଚନ ପାତ୍ରଙ୍କ ନିର୍ଦ୍ଦେଶରେ ୪ ଜଣ ସବୁଜବାହିନୀ ହାତୀର ଶବଟିକୁ ହାଣି ଫିଙ୍ଗି ଦେବାକୁ କହିଥିଲେ । ୬ ମାସ ପରେ ଏ ଘଟଣା ଜଣାପଡିଥିଲା । ତେବେ ବେତେଇ ଅଞ୍ଚଳର ସବୁଜବାହିନୀ ପରମା ବେହେରା, ମହେଶ୍ୱର ବେହେରା, ପ୍ରଫୁଲ୍ଲ ଦେହୁରୀ, ବୁଲୁ ଦେହୁରୀ ସମେତ ଗାର୍ଡ ପଦ୍ମଲୋଚନ ପାତ୍ରଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଉଥିଲା । ଏହି ସମୟରେ ସବୁଜବାହିନୀଙ୍କ ସମ୍ପର୍କୀୟ ମାନେ କୁଲଡିହା ଅଫିସରେ ତାଲା ମାରି କୋର୍ଟ ଚାଲାଣ ହେଉଥିବା ବନ ବିଭାଗ ଗାଡିକୁ ଅଟକାଇଥିଲେ । ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ନୀଳଗିରି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ କୋର୍ଟ ଚାଲାଣ କରାଯାଇଛି । ସବୁଜବାହିନୀ ଓ ତାଙ୍କ ସମର୍କୀୟ ନିର୍ଦ୍ଦୋଷ ବୋଲି କହୁଥିବା ବେଳେ ଫରେଷ୍ଟର ଏଭଳି କିଛି ହୋଇନଥିବା ଜଣାପଡିଛି । 

ଦନ୍ତାଟିର ଦାନ୍ତ ଲୁଟ୍ ହୋଇଥିବା ବେଳେ ଘଟଣା ଲୁଚାଇବା ପାଇଁ ଚେଷ୍ଟା କରିଥିଲା ବନ ବିଭାଗ । ତେବେ ହାତୀଟି ଗତ ଜୁଲାଇ ମାସରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦେଢ଼ବର୍ଷ ଭିତରେ ୧୨ରୁ ଅଧିକ ହାତୀଙ୍କର କୁଲଡିହା ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା ନେଇ ଡ଼ିଏଫଓଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

You Can Read:

ସମାଟାଙ୍ଗୀ ଗାଁରେ ଆତଙ୍କ ଖେଳାଇଲା ଡେଙ୍ଗୁ, ଗ୍ରାମବାସୀ ଆତଙ୍କିତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.