ସମାଟାଙ୍ଗୀ ଗାଁରେ ଆତଙ୍କ ଖେଳାଇଲା ଡେଙ୍ଗୁ, ଗ୍ରାମବାସୀ ଆତଙ୍କିତ

Published By : Prameya-News7 Bureau | September 19, 2024 IST

କାମାକ୍ଷାନଗର ୧୯।୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ଅନ୍ତର୍ଗତ ସମାଟାଙ୍ଗୀ ଗାଁରେ ଡେଙ୍ଗୁ ଆତଙ୍କ । ଡେଙ୍ଗୁକୁ ନେଇ ଆତଙ୍କିତ ଗ୍ରାମବାସୀ । ଗାଁରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । କିଛି ଲୋକ ଢେଙ୍କାନାଳ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେଆଉ କିଛି ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । 

ତେବେ ଗତ କିଛି ଦିନ ତଳେ ଗାଁରେ ଡେଙ୍ଗୁ ପରୀକ୍ଷାରେ ଦୁଇ ଜଣଙ୍କର ପଜିଟିଭ ଚିହ୍ନଟ ପରେ ଧୀରେ ଧୀରେ ଗାଁରେ ଡେଙ୍ଗୁ ବ୍ୟାପିଥିବା ଜଣାପଡିଛି । ପରିବେଶରେ ଏଡିସ ମଶାର ପ୍ରଭାବ ଯୋଗୁଁ ଦ୍ରୁତ ଗତିରେ ଡେଙ୍ଗୁ ରୋଗ ବ୍ୟାପୁଛି । ଏପରିକି କିଛି ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ପ୍ରକାଶ କରିଛନ୍ତି । ତୁରନ୍ତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଇ ଡେଙ୍ଗୁ ନିରାକରଣ ଓ ସଚେତନତା କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ସେପଟେ ଘରୁ ବାହାରିବା ପାଇଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନେ ଡେଙ୍ଗୁକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

You Can Read:

ତୃଣମୂଳ ସ୍ତରରୁ ସଂଗଠନ ସଜାଡିବାକୁ ବିଜେଡିର କସରତ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ସାଙ୍ଗଠନିକ ବୈଠକ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.