ତୃଣମୂଳ ସ୍ତରରୁ ସଂଗଠନ ସଜାଡିବାକୁ ବିଜେଡିର କସରତ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ସାଙ୍ଗଠନିକ ବୈଠକ

Published By : Prameya-News7 Bureau | September 19, 2024 IST

ଭୁବନେଶ୍ବର ୧୯।୯: ତୃଣମୂଳ ସ୍ତରରୁ ସଂଗଠନ ସଜାଡିବାକୁ ବିଜେଡିର କସରତ । ଗୁରୁବାର ଶଙ୍ଖ ଭବନରେ ବରଗଡ଼ ଏବଂ ବୌଦ୍ଧ ଜିଲ୍ଲାର ସାଙ୍ଗଠନିକ ବୈଠକ ବସିଛି । ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । କିଭଳି ଭାବେ ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ ହେବ ସେ ନେଇ ନବୀନ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ । ଏହା ପୂର୍ବରୁ ନବୀନ ଛାମୁଆ ସଂଗଠନ ସଜାଡ଼ିବା ପାଇଁ ବୈଠକ କରିବା ସହିତ ବରିଷ୍ଠ ନେତା ମାନଙ୍କୁ ଡାକି ଆଲୋଚନା କରିଛନ୍ତି ।

ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ସାଙ୍ଗଠନିକ ବୈଠକ ହୋଇଥିଲା । ବରଗଡ଼ ଜିଲ୍ଲାକୁ ସବୁବେଳେ ନବୀନ ପଟ୍ଟନାୟକ ଗୁରୁତ୍ଵ ଦେଇଥିଲେ । ସଙ୍ଗଠନକୁ ସୁଦୃଢ଼ କରିବାକୁ ଆମେ ଶପଥ ନେଇଛୁ । ବିଜେପି ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭଣ୍ଡାଇଛନ୍ତି । ୩୦୦ ୟୁନିଟ୍ ମାଗଣା ବିଜୁଳି ଦେଲେନି । ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ କହିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା କରିନାହାନ୍ତି । ଏହାକୁ ନେଇ ବରଗଡ଼ ଜିଲ୍ଲାରେ ଆନ୍ଦୋଳନ କରାଯିବ । ବରଗଡ଼ ଜିଲ୍ଲାର ୫ ନିର୍ବାଚନ ମଣ୍ଡଳୀର ଭୋଟ୍ ନେଇ ଠକିଥିବା ନେତାଙ୍କୁ ଜବାବ ଦିଆଯିବ । ମନ୍ତ୍ରୀଙ୍କୁ ବିରୋଧ କରାଯିବ ।

ସେହିଭଳି ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ଅମାତ କହିଛନ୍ତି, ୨୦୨୪ ଜୁନ୍ ୪ ପରେ ସ୍ଵଚ୍ଛ ଓ ନିର୍ମଳ ଶାସନ ଦେଖିବାକୁ ମିଳୁନି । ବିଜେପି କର୍ମୀଙ୍କ ରାଜ ସବୁଠି ଚାଲୁଛି । ଖଣି, ପାଣି, ଦୁର୍ନୀତି ବଢିଛି । ଏଭଳି ସ୍ଥିତିକୁ ଲୋକେ ଅନୁଭବ କଲେଣି । ବୌଦ୍ଧ ଜିଲ୍ଲାରେ ଦଳ କିପରି ସୁଦୃଢ଼ ହେବ ସେନେଇ କାମ କରିବୁ । ଭ୍ରଷ୍ଟାଚାର ସରକାର ବିରୋଧରେ ଲଢ଼େଇ ହେବ । 

 You Can Read:

ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ଉନ୍ମୋଚିତ ହେଲା କବିତା ସଙ୍କଳନ ‘ନଈ ପାଣି ନଈକୁ ଯା’

  • odisha
  • OdishaNews
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.