ଖାଉଟିଙ୍କୁ ଝଟକା ! ବଢ଼ିଲା ଏଲପିଜି ଗ୍ୟାସ୍ ଦର

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: ଖାଉଟିଙ୍କୁ ଝଟକା। ବଢ଼ିଲା ଏଲପିଜି ଗ୍ୟାସ ଦର। ସୋମବାର ସରକାର ଏଲପିଜି ଗ୍ୟାସ ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହି ମୂଲ୍ୟ ବୃଦ୍ଧି ଉଭୟ ଉଜ୍ଜ୍ବଳା ଲାଭାର୍ଥୀ ଏବଂ ସାଧାରଣ ଖାଉଟିଙ୍କୁ ପ୍ରଭାବିତ କରିବ। ନୂଆ ଦର ମଙ୍ଗଳବାର ଠାରୁ ଲାଗୁ ହେବ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇ କହିଛନ୍ତି ‘‘ଏଲପିଜିର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଏଣିକି ଉଜ୍ଜ୍ବଳା ଯୋଜନାରେ ସିଲିଣ୍ଡର ୫୦୦ ଟଙ୍କା ବଦଳରେ ୫୫୦ ଟଙ୍କାରେ ମିଳିବ। ସେହିଭଳି ଅନ୍ୟମାନଙ୍କୁ ୮୦୩ରୁ ବଦଳରେ ୮୫୩ ଦେବାକୁ ପଡ଼ିବ।

ସୂଚନାଥାଉକି, ଏହା ପୂର୍ବରୁ ସରକାର ପେଟ୍ରୋଲ-ଡିଜେଲ ଉପରେ ୨ ଟଙ୍କା ଲେଖାଏଁ ଏକ୍ସସାଇଜ ଡ୍ୟୁଟି ବଢ଼ାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ ହୋଇଛି, ଯେଉଁଥିପାଇଁ ସରକାର ପେଟ୍ରୋଲିୟମ କମ୍ପାନି ଯେପରିକି ଭାରତ ପେଟ୍ରୋଲିୟମ, ରିଲାଏନ୍ସ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଉପରେ ଲାଗୁ ଥିବା ଉତ୍ପାଦ ଶୁଳ୍କକୁ ପ୍ରତି ଲିଟର ୨ ଟଙ୍କା ବଢାଯାଇଛି । ତେବେ ସୂତ୍ରଅନୁସାରେ ଏହି ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.