କଟକ: ସହରର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଷଣ୍ଢ ଓ ଗାଈ ଚୋରି। ଦୁର୍ବୃତ୍ତମାନେ ଆସି ବୋଲେରୋରେ ଲୁଟ କରୁଛନ୍ତି ପଶୁମାନଙ୍କୁ। ଏ ବାବଦରେ ପୋଲିସରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଅପରାଧୀମାନଙ୍କର କୌଣସି ଟେର ପାଉନାହିଁ କିମ୍ବା ଆଖିଦୃଶିଆ ତଦନ୍ତ କରୁନାହିଁ ପୋଲିସ।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ଡିସିପିଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି ବିଭିନ୍ନ ହିନ୍ଦୁ ସଙ୍ଗଠନର ଶତାଧିକ କର୍ମକର୍ତ୍ତାମାନେ। ଏହା ସହ ଡିସିପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପଟେ ବିଭିନ୍ନ ସଂଗଠନ ମାନଙ୍କର ଅଭିଯୋଗକୁ ଶୁଣିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କଟକ ଡିସିପି। ପୂର୍ବରୁ ମଧ୍ୟ କିଛି ମାଫିଆମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଥା କହିଛନ୍ତି କଟକ ଡିସିପି ଜଗମୋହନ ମୀନା।