ସଂଧ୍ୟାରେ ପହଞ୍ଚିବେ ଭାରତୀୟ ଖେଳାଳି, ଶନିବାର ଜୋରଦାର ପ୍ରାକ୍ଟିସ

Published By : Prameya-News7 Bureau | February 07, 2025 IST

ଭୁବନେଶ୍ୱର ୦୭/୦୨: ପ୍ରଥମ ଦିନିକିଆ ନାଗପୁରରେ ଶେଷ ହେବା ପରେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ଶୁକ୍ରବାର ସନ୍ଧ୍ୟା ୭ଟା ୪୦ ମନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ମେ' ଫେୟାର ହୋଟେଲରେ ଖେଳାଳି, କୋଚ୍‌ ଏବଂ ମ୍ୟାଚ୍‌ ଅଫିସିଆଲମାନଙ୍କ ରହିବାର ବ୍ୟବସ୍ଥା ହୋଇଛି । 

ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ  ନିଆଯିବ । ଆସନ୍ତା ୮ ତାରିଖରେ ଉଭୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ମ୍ୟାଚ୍‌ ଦିବସ ଯେତେ ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି । ରୋହିତ ବାହିନୀଙ୍କୁ ଦେଖିବା ନିମନ୍ତେ କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରି ହୋଇରହିଛି । 


ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ  ୪ ୱିକେଟରେ ହରାଇଥିବା ଭାରତୀୟ ଦଳ ବାରବାଟୀରେ ବିଜୟୀ ହୋଇ ସିରଜ କବଜା କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ବାରବାଟୀରେ ଏହି ଦୁଇ ଦଳ ମୋଟ୍‌ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥରୁ ଭାରତ ୩ଟି ଜିତିଥିବାବେଳେ ଇଂଲଣ୍ଡ ୨ଟି ଜିତିଛି । ବାରବାଟୀରେ ଶେଷ ଦୁଇ ମ୍ୟାଚ୍‌ରେ ଭାରତ ଜିତିଛି । 

IND vs ENG: ଦିନିକିଆରେ ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ: ଶୁଭମନ, ଶ୍ରେୟସ ଓ ଅକ୍ଷରଙ୍କ ଧମାକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.