କଟକ ୩।୮: କଟକ ନେତାଜୀ ସୁବାଷ ସେତୁ ତଳ କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ । ସେଠାରେ ଥିବା ବାଲି ପଠାରେ କୁମ୍ଭୀରଟି ଶୋଇଥିବା ଦେଖିବାକୁ ମିଳିଥିଲା । ଶନିବାର ଦିନ ପାଖାପାଖି ୨ଟା ସମୟରୁ କୁମ୍ଭୀରଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବାଲି ପଠାରେ ଶୋଇଥିବା ଦେଖିବାକୁ ମିଳିଥିଲା । କୁମ୍ଭୀରଟି କେଉଁଠାରୁ ଆସିଛି ତାହା ଜଣାପଡି ନଥିବା ବେଳେ କୁମ୍ଭୀରଟିକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି । ସେହିଭଳି ସେତୁ ଉପରେ ପୋଲିସ ଓ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା ।
You Can Read:
୩୦ ଜିଲ୍ଲା ବୁଲିବେ ୧୫ ଜଣ ମନ୍ତ୍ରୀ, ବଜେଟ୍ର ବିଭିନ୍ନ ଦିଗକୁ ନେଇ କରିବେ ଆଲୋଚନା