ଭୁବନେଶ୍ବର ୩।୮: ଜିଲ୍ଲା ବୁଲିବେ ମନ୍ତ୍ରୀ । ୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା । ଲୋକଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବାକୁ ଜଣେ ମନ୍ତ୍ରୀଙ୍କୁ ଦୁଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଲୋକଙ୍କ ପାଖକୁ ଯାଇ ନୂଆ ସରକାରଙ୍କ ବଡ଼ ନିଷ୍ପତ୍ତି ଆଉ ବଜେଟ୍ ବିଷୟରେ ଲୋକଙ୍କୁ ମନ୍ତ୍ରୀ କହିବେ ।
ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବେ । ବଜେଟ୍ର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରିବେ । ଏହାକୁ ନେଇ ଯୋଜନା ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ସହ ଯୋଡିବା ପାଇଁ ସଙ୍ଗଠନ ଭୂମିକା । ସଙ୍ଗଠନ ସେଇ ଭୂମିକା ନିର୍ବାହ କରିବ। ଜନହିତକାରୀ ନିଷ୍ପତ୍ତି ସରକାରୀ ସ୍ତରରେ ହେବ। ଏଭଳି ନିଷ୍ପତ୍ତି ହୋଇ ସାରିଛି । ମନ୍ତ୍ରୀମାନେ ଦୁଇଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ସରକାର ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ସେହି ନିଷ୍ପତ୍ତିଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଙ୍ଗଠନ ଯେଉଁ ଯୋଜନା କରିଛି ମନ୍ତ୍ରୀମାନେ ସେଥିରେ ସାମିଲ ହେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read:
ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି, ଅପରାହ୍ନ ୨ଟାରୁ ସଂଧ୍ୟା ୬ ଯାଏଁ ଦର୍ଶନ ବନ୍ଦ