ଓଡ଼ିଶାରେ ବାଂଲା ସେକ୍ସ ରାକେଟ ପ୍ରସଙ୍ଗ, ବାଂଲାଦେଶ ଦୂତାବାସ ସହ କରାଯିବ ଯୋଗାଯୋଗ

Published By : Prameya-News7 Bureau | November 24, 2024 IST

କଟକ ୨୪/୧୧: ମଧୁପାଟଣା ଛକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି । ପୋଲିସ ଉପସ୍ଥିତିରେ ହୋଇଛି ବୟାନ ରେକର୍ଡ । ସେ କେଉଁଠୁ ଆସିଲେ ? କାହା କାହା ସହ ଥିଲେ ପୋଲିସ ଆଗରେ ସବୁ ତଥ୍ୟ ରଖିଛନ୍ତି ନାବାଳିକା । ୫ ଜଣ ବ୍ୟକ୍ତି ତାଙ୍କୁ ବାଂଲାଦେଶରୁ ଓଡ଼ିଶା ଆଣିଥିବା ସେ କହିଛନ୍ତି । ୫ ଜଣଙ୍କ ମଧ୍ୟରେ କିଛି ବାଂଲାଦେଶୀ, ପଶ୍ଚିମବଙ୍ଗ ଓ ଓଡ଼ିଶାର ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା । ଉଦ୍ଧାର ହୋଇଥିବା ନାବାଳିକାଙ୍କ ବୟସ ୧୬ । ସୋସିଆଲ ମିଡିଆରେ ଚାକିରିର ଅଫର ଦେଇ ତାଙ୍କୁ ଓଡ଼ିଶା ଅଣାଯାଇଥିବା ସ୍ପଷ୍ଟ ହୋଇଛି । ରାକେଟରେ ଥିବା ଯୁବକମାନଙ୍କ ବିଷୟରେ ନାବାଳିକା ବେଶୀ କିଛି କହିପାରୁନାହାନ୍ତି ।ନାବାଳିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଛି । ନାବାଳିକାଙ୍କୁ ଦୁଷ୍କର୍ମ ସଂପର୍କରେ ସ୍ପଷ୍ଟ ହୋଇନଥିବା କହିଛନ୍ତି ଡିସିପି । ନାବାଳିକାଙ୍କ ବାବଦରେ ସବିଶେଷ ତଥ୍ୟ ପାଇଁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯିବ । ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ଡିସିପି । 


 

  • cuttack
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.