ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି,ପ୍ରଥମ ଥର ପଡିଆରେ ରହିବ ଗ୍ରୀନ କରିଡର

Published By : Prameya-News7 Bureau | September 04, 2024 IST

କଟକ ୪/୯: ନଭେମ୍ବର ୧୫ରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।ବୁଧବାର  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର କଳେବର । ବୁଧବାର,ଶୁକ୍ରବାର ଓ ରବିବାର ଭିଡକୁ ନେଇ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ପ୍ରଥମ ଥର ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । ବଢିବ ପାର୍କିଂ ସ୍ଥଳ ସଂଖ୍ୟା । ବାଲିଯାତ୍ରା ପଡିଆରେ ରହିବ ୫ଟି ଆମ୍ବୁଲାନ୍ସ । ଓର୍‌ମାସ୍‌ ଷ୍ଟଲ ସଂଖ୍ୟା ୫ଶହକୁ ବୃଦ୍ଧି ପାଇବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ।  


  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.