ସାଇକେଲ ଆରୋହୀଙ୍କୁ ମାଡ଼ିବସିଲେ ତିନି ଭାଲୁ, ଲଢ଼େଇ କରି ବଞ୍ଚାଇଲେ ଜୀବନ

Published By : Prameya-News7 Bureau | May 11, 2025 IST

NEWS UPDATE

ଉମରକୋଟ ୧୧।୫: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସେମଡା ପଞ୍ଚାୟତର ନୟାନପାରା ନିକଟରେ ଭାଲୁ ଆକ୍ରମଣ । ସାଇକେଲ ଆରୋହୀଙ୍କୁ ତିନୋଟି ଭାଲୁ ଆକ୍ରମଣ କରିଛନ୍ତି । ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଗ୍ରାମକୁ ଆସିବା ପରେ ଗ୍ରାମବାସୀଙ୍କ ସହାୟତାରେ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ନାକଟିସେମଡାର ରାଇସିଂ ଗଣ୍ଡ ହାତୀଗାଁକୁ ସାଇକେଲ ଯୋଗେ ସକାଳୁ ଯାଉଥିଲେ । ଏହି ସମୟରେ ନୟାନପାରା ନିକଟରେ ହଠାତ ତିନୋଟି ଭାଲୁ ଆସି ସାଇକେଲ ଆରୋହୀଙ୍କୁ ଆକ୍ରମଣ କରିଥିଲେ । ଭାଲୁ ମାନେ ରାଇସିଂ ଗଣ୍ଡଙ୍କ ଶରୀରର ବିଭିନ୍ନ ଅଂଶକୁ କାମୁଡିବା ସହ ନଖରେ ଚିରି ଦେଇଥିଲେ । ରାଇସିଂ ଭାଲୁଙ୍କ ସହ ଲଢେଇ କରି ନିଜକୁ ବଞ୍ଚାଇ ନିକଟସ୍ଥ ଗ୍ରାମକୁ ପଳେଇ ଯାଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ହାଟଭାରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ପ୍ରାଥମିକ ଚିକତ୍ସା ପରେ ରାଇସିଂ ସୁସ୍ଥ ଥିବା ଜଣାପଡିଛି । 

You Can Read:

ଭୁବନେଶ୍ବରରେ ହେବ ରାଜ୍ୟର ପ୍ରଥମ ସାଇନ୍ସ ସିଟି, ସ୍ଥାନ ପାଇବ ଅନେକ ଅତ୍ୟାଧୁନିକ ବିଜ୍ଞାନ ଉପକରଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.