କଟକ ଜିଲ୍ଲାରେ ‘ଦାନା’ ସେଭଳି କୌଣସି କ୍ଷୟକ୍ଷତି କରିନାହିଁ, ମାତ୍ର ୪ ଘର ଆଂଶିକ କ୍ଷତିଗ୍ରସ୍ତ : ଜିଲ୍ଲାପାଳ

Published By : Prameya-News7 Bureau | October 26, 2024 IST

କଟକ ୨୬।୧୦: କଟକ ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ‘ଦାନା’ ସେଭଳି କୌଣସି କ୍ଷୟକ୍ଷତି କରିନାହିଁ । ସମଗ୍ର ଜିଲ୍ଲାରେ ମାତ୍ର ୪ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଯାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଯେହେତୁ ବର୍ଷାର ପରିମାଣ ମଧ୍ୟ ଅଧିକ ନଥିଲା । ତେଣୁ ଚାଷ ସେତେଟା ପ୍ରଭାବିତ ହୋଇନାହିଁ । ଯେଉଁ କେତୋଟି ସ୍ଥାନରେ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଥିଲା । ସେସବୁ ଉଠାଇ ଦିଆଯାଇଛି । ତେବେ ପ୍ରାଥମିକ ରିପୋର୍ଟ ଏହା ହିଁ ରହିଛି । ଏହାପରେ ବି ଯଦି କେଉଁଠାରେ କିଛି କ୍ଷୟକ୍ଷତି ହୋଇଥିବ, ତେବେ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ତା ଉପରେ ବିଚାର କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ସେହିପରି କଟକ ସହରରେ ମଧ୍ୟ କୌଣସି କ୍ଷତି ହୋଇନଥିବା ମେୟର କହିଛନ୍ତି ।


You Can Read:

SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ, ଭୁଲ୍ ରିପୋର୍ଟ ନଦେବା ପାଇଁ କରାଯାଉଛି ସତର୍କ : କେ.ଭି. ସିଂହଦେଓ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.