ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ

Published By : Prameya-News7 Bureau | August 23, 2024 IST

ଭୁବନେଶ୍ବର ୨୩: ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ । ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଡ୍ୟାନ୍ସ ବାର୍ ସମ୍ପୂର୍ଣ୍ଣ ବନ୍ଦ କରାଯିବ ସହ ସ୍କୁଲ, କଲେଜ ଓ ମନ୍ଦିର ନିକଟରେ ମଦ ଦୋକାନ ରହିବ ନାହିଁ । ନିର୍ଦ୍ଧିଷ୍ଟ ଦୂରତାରେ ମଦ ଦୋକାନ ରହିବ । ଏକ ବର୍ଷରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ କଲେଜ ନିକଟ ଅଞ୍ଚଳରେ ବାର୍ ଏବଂ ଅଫ୍ ସପ୍ ଖୋଳାଯାଇଛି । ପୂର୍ବ ସରକାର ବେଆଇନ ମଦକୁ ପ୍ରଶୟ ଦେଇଥିଲେ, ତାକୁ ଆମେ ଭାଙ୍ଗିବୁ । 

ନୂଆ ପଲିସି ଆସିବ । ବେଆଇନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡୋଜର ଲଗାଇ ଭଙ୍ଗାଯିବ । ବର୍ଷକ ଭିତରେ ବେଆଇନ ଚୋରା ମଦ ବେପାର ପୁରା ବନ୍ଦ ହେବ । ଯେଉଁମାନେ ବେଆଇନ ମଦ କାରବାରରେ ଲିପ୍ତ ଅଛନ୍ତି ସେମାନେ କ୍ରିମିନାଲ । 

You Can Read:

ଶ୍ରୀମନ୍ଦିରକୁ ପ୍ରବେଶ କଲେ ତଦାରଖ କମିଟି ସଦସ୍ୟ, ରତ୍ନଭଣ୍ଡାରରେ ଥିବା ସବୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହେବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.