ଶ୍ରୀମନ୍ଦିରକୁ ପ୍ରବେଶ କଲେ ତଦାରଖ କମିଟି ସଦସ୍ୟ, ରତ୍ନଭଣ୍ଡାରରେ ଥିବା ସବୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହେବ

Published By : Prameya-News7 Bureau | August 23, 2024 IST

ଭୁବନେଶ୍ବର ୨୩: ଶ୍ରୀମନ୍ଦିରକୁ ପ୍ରବେଶ କଲେ ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ । କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ସାଙ୍ଗରେ ଉପସ୍ଥିତ ଅଛନ୍ତି । ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ । ନିଳାଦ୍ରୀ ମ୍ୟୁଜିୟମ୍ ନିକଟସ୍ଥ ଏକ ସୁରକ୍ଷିତ ସ୍ଥାନରେ ସିନ୍ଦୁକ ଓ ଆଲମିରା ରଖାଯିବ । କୋଠ ସୁଆଁସିଆ ସେବକ ମାନେ ସ୍ଥାନାନ୍ତର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।

ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ, ମେଟାଲ ଡିଟେକ୍ଟର ସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି ।

You Can Read:

ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି, ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ରୋଗୀ ସଂଖ୍ୟା ଅଧିକ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.