ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି, ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ରୋଗୀ ସଂଖ୍ୟା ଅଧିକ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | August 23, 2024 IST

ଭୁବନେଶ୍ବର ୨୩: ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ସେ କହିଛନ୍ତି, ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ରାଜ୍ୟର ସ୍ଥିତି ଗତ ବର୍ଷ ତୁଳନାରେ କମ୍ ରହିଛି । ଗୁରୁବାର ସୁଦ୍ଧା ରାଜ୍ୟରେ ମୋଟ୍ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ୪୭୧ ରହିଛି । କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ରୋଗୀ ଏଯାଏଁ ଚିହ୍ନଟ ହୋଇଛନ୍ତି । ଏହାସହ କଟକ ଏବଂ ବଲାଙ୍ଗିର ଏବଂ ବାଲେଶ୍ଵରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି । ସ୍ବାସ୍ଥ୍ୟ ବିଭାଗ ସବୁ ମନିଟରିଂ କରୁଛି । ସୁନ୍ଦରଗଡ଼, ଭୁବନେଶ୍ବର ଓ କଟକରେ ଡ୍ରାଇଭ୍ ମୋଡ଼ରେ ଅଛନ୍ତି ସରକାର । ଟେଷ୍ଟିଂକୁ ବଢ଼ା ଯାଇଛି । ଗୁରୁବାର ଠାରୁ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟିମ୍ ସ୍ବାସ୍ଥ୍ୟ ବିଭାଗ ସହ ଭିଜିଟ୍ କରିଛନ୍ତି । ଡେଙ୍ଗୁ ସ୍ଥିତି ଉପରେ ନଜର ରଖାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । 

You Can Read:

ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି : ପ୍ରମିଳା ମଲ୍ଲିକ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.