ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିରୋଧରେ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଅଜବ ଦାବିକୁ ସମାଲୋଚନା କରିଛନ୍ତି ପାକିସ୍ତାନର ପୂର୍ବତନ ସ୍ପିନର ଦାନିଶ କାନେରିଆ। ଆଫ୍ରିଦିଙ୍କର ଉଗ୍ରବାଦୀ ମାନସିକତା ସହିତ ଯୋଡ଼ି ହେବାର ପୁରୁଣା ଇତିହାସ ରହିଛି ବୋଲି କାନେରିଆ କହିଛନ୍ତି। ଶାହିଦ ଆଫ୍ରିଦି ପହଲଗାମ ଘଟଣା ପରେ ଭାରତ ଉପରେ ଦୋଷ ଲଦିଥିଲେ। ଭାରତ ନିଜେ ଏଭଳି କାଣ୍ଡ ଘଟାଇ ପାକିସ୍ତାନ ଉପରେ ଦୋଷ ଲଦୁଛି ବୋଲି ଆଫ୍ରିଦି କହିଥିଲେ। ଯାହାକୁ ନେଇ ଦାନିଶ କାନେରିଆ ତାଙ୍କୁ ସମାଲୋଚନା କରିଛନ୍ତି।
ଦାନିଶ କହିଛନ୍ତି “ସେ ସବୁବେଳେ ଉଗ୍ରବାଦୀ ମାନସିକତା ସହିତ ନିଜକୁ ସାମିଲ ରଖିଛନ୍ତି। ମୋ ମତରେ, ତାଙ୍କୁ ଭାରତୀୟ ଟେଲିଭିଜନରେ କିମ୍ବା ଭାରତରେ କୌଣସି ମଞ୍ଚ ପାଇଁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ। ସେ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ ଏବଂ ମୋ ସହିତ ଖାଇବାକୁ ବ ମନା କରି ଦେଇଥିଲେ। ମୋତେ ଖୁବ୍ ଅପମାନ ଲାଗିଥିଲା।”
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଶାହିଦ ଆଫ୍ରିଦୀଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ପହଲଗାମ ଆକ୍ରମଣ ଘଟଣାରେ ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇବା ସହିତ ଅଜବ ବୟାନ ଦେଇଛନ୍ତି। ଯେଉଁଥିରେ ଆଫ୍ରିଦି କହିଛନ୍ତି “ଘଣ୍ଟାଏ ହେଲେ ଆତଙ୍କବାଦୀମାନେ ସେଠାରେ ଗୁଳିକାଣ୍ଡ କଲେ, ୮ ଲକ୍ଷ ସେନା ମଧ୍ୟରୁ କେହି ଜଣେ ହେଲେ ଆସିଲେନି। ଆଉ ଆସିଲା ପରେ ୧୦ ମିନିଟ ଭିତରେ ପାକିସ୍ତାନ ଉପରେ ଦୋଷ ଲଦି ଦେଲେ। ନିଜେ ଭୁଲ କରୁଛନ୍ତି ନିଜେ ଲୋକଙ୍କୁ ମାରି ଦେଉଛନ୍ତି ପୁଣି ଭିଡିଓ ଜାରି କରି କୁହନ୍ତି ନା ନା ସେ ବଞ୍ଚିଛନ୍ତି।”
ପଢନ୍ତୁ- ଭାରତର ପହଲଗାମ ପ୍ରତିଶୋଧ ଭୟରେ ଥରିଲା ପାକିସ୍ତାନ: ପାକ୍ ମନ୍ତ୍ରୀ କହିଲେ ଯୁଦ୍ଧ ଏବେ ଆସନ୍ନ, ଆମେ ପ୍ରସ୍ତୁତ
ଯଦି ସମ୍ପର୍କ ଖରାପ କରିବାର ଅଛି ତେବେ ପୂରା କର। ପାକିସ୍ତାନ ବି ଆତଙ୍କବାଦକୁ ଅସ୍ୱୀକାର କରେ ବୋଲି ଆଫ୍ରିଦି କହିଛନ୍ତି। ସେ କହିଛନ୍ତି “ଆତଙ୍କବାଦୀ କୌଣସି ଦେଶ ଓ ଧର୍ମ ସପୋର୍ଟ କରେ ନାହିଁ। ପାକିସ୍ତାନ ଓ ଆମ ଇସ୍ଲାମ ସବୁବେଳେ ଶାନ୍ତିର ବାର୍ତ୍ତା ଦିଏ। ଆମେ ଭାରତ ସହିତ ସବୁବେଳେ ସମ୍ପର୍କ କାଏମ ରଖିବାକୁ ଚେଷ୍ଟା କରିଆସୁଛୁ। ହେଲେ ଭାରତ ପକ୍ଷରୁ ଅନେକ ଧମକ ମିଳି ଆସିଛି।” ଖେଳ କୂଟନୀତି ସବୁବେଳେ ଭଲ ରହିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି ଭାରତର କବ୍ବାଡି ଟିମ୍ ପାକିସ୍ତାନ ଆସୁଛି ହେଲେ କ୍ରିକେଟ୍ କାହିଁକି ଆସିବନି। ଯଦି ବନ୍ଦ କରିବାର ସମ୍ପୂର୍ଣ୍ଣ ବନ୍ଦ କରିଦିଅ, ଯଦି ଖେଳିବାର ଅଛି ସମ୍ପୂର୍ଣ୍ଣ ଖେଳ।
ଆଫ୍ରିଦୀଙ୍କ ଏଭଳି ଉଦ୍ଭଟକ ଦାବିକୁ ନେଇ ଚାରିଆଡ଼ୁ ସମାଲୋଚନା କରାଯାଇଛି। ଏପଟେ ଭାରତ ସରକାର ୱାଟର୍ ଷ୍ଟ୍ରାଇକ୍, ଭିସା ଷ୍ଟ୍ରାଇକ୍ କରିବା ପରେ ସୋମବାର ଡିଜିଟାଲ ଷ୍ଟ୍ରାଇକ୍ ବି କରିଛନ୍ତି। ସୋମବାର, ଏପ୍ରିଲ ୨୮ ତାରିଖରେ, ଭାରତ ସରକାର ପାକିସ୍ତାନ ଭିତ୍ତିକ ମିଡିଆ ଚ୍ୟାନେଲଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଭାରତରେ ପ୍ରସାରଣକୁ ବନ୍ଦ କରିଦିଆଯାଇଛି। ଆତଙ୍କବାଦୀ ଆକ୍ରମଣ ବିଷୟରେ ଭୁଲ ସୂଚନା ପ୍ରସାରଣ କରିବା ପାଇଁ ୟୁଟ୍ୟୁବ ଇଣ୍ଡିଆ ମୋଟ ୧୬ଟି ପାକିସ୍ତାନ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରିଦେଇଛି।
ପଢ଼ନ୍ତୁ- ‘ବାଲାକୋଟ୍ ଭଳି କାର୍ଯ୍ୟାନୁଷ୍ଠାନ ନୁହେଁ, ପାକିସ୍ତାନ ବିରୋଧରେ ଫୁଲ୍ ଆଣ୍ଡ୍ ଫାଇନାଲ୍ ହିସାବ ଜରୁରୀ...’