ଦାରିଙ୍ଗବାଡ଼ିରେ ନାବାଳିକା ପ୍ରସବ ଘଟଣା; ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ

Published By : Prameya-News7 Bureau | February 15, 2025 IST

ଦାରିଙ୍ଗବାଡି ୧୫/୨୫ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନାବାଳିକା ପ୍ରସବ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ନାବାଳିକା ଝିଅ ସହିତ ସମ୍ପର୍କ ରଖିଥିବା ଯୁବକଙ୍କୁ  ପୋଲିସ ଗିରଫ କରିଛି । ଶୁକ୍ରବାର ଅଭିଯୁକ୍ତକୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ହେଲେ ସିରିପାକାଲି ଗାଁର ଦୁଷ୍ମନ୍ତ ପ୍ରଧାନ । ସେ ନାବାଳିକଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସୂଚନା ଅନୁସାରେ, ବୁଧବାର ସକାଳେ ନାବାଳିକା ଜଣଙ୍କ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ନାବାଳିକା ଲୋକଲଜ୍ଜ୍ୟକୁ ଏଡ଼ାଇବା ପାଇଁ ମେଡିକାଲ ଶୌଚାଳୟ ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ଫିଙ୍ଗି ଦେଇଥିଲେ । ପରେ ନାବାଳିକାଙ୍କ ମା’ ଏନେଇ ହସ୍ପିଟାଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ତେବେ ମେଡିକାଲ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବାହିନୀ ମୃତ ଶିଶୁକୁ ଉଦ୍ଧାର କରିଥିଲେ । ଅନ୍ୟପଟେ ନାବାଳିକା ଝିଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ପୋଲିସ ଏହି ମାମଲାକେ ତଦନ୍ତ କରି ଅଭଯୁକ୍ତ ଦୁଷ୍ମନ୍ତ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.