ଚିଲିକାରେ ପକ୍ଷୀ ଶିକାର : ୧୮ ମୃତ ଓ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ

Published By : Prameya-News7 Bureau | July 10, 2024 IST

ଟାଙ୍ଗୀ ୧୦।୭: ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର । ୧୮ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଚିଲିକା ମଧ୍ୟରୁ ବିଦେଶୀ ପକ୍ଷୀଙ୍କ ଶିକାର ପରେ ସେସବୁକୁ ଏକ ବସ୍ତା ମଧ୍ୟରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀକୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଚିଲିକା କୂଳରୁ ଏହି ଧରପଗଡ଼ ହୋଇଛି । 

ବିଷ ପ୍ରୟୋଗ କରି ଚିଲିକାରୁ ଶିକାରୀ ଜଣକ ବିଦେଶୀ ପକ୍ଷୀଙ୍କ ଶିକାର କରାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର DFO କହିଛନ୍ତି । ଗିରଫ ଶିକାରୀ ଜଣକ ଟାଙ୍ଗୀ ନିକଟସ୍ଥ  ଭୁଷଣ୍ଡପୁର ଗ୍ରାମ ବିଧାରପୁର ସାହିର ଭାଗିରଥୀ ସ୍ୱାଇଁ । ମୃତ୍ୟୁ ପକ୍ଷୀ ଗୁଡିକର ପଞ୍ଚନାମା ସହିତ ଜୀବନ୍ତ ପକ୍ଷୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାଡି ଦିଆଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ କହିଛନ୍ତି ।

You Can Read:

ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି, ଏହା ଅକ୍ଷମଣୀୟ ତ୍ରୁଟି : ସୁଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.