ଅଟ୍ରି ଉଷ୍ମପ୍ରସ୍ରବଣରେ ଜମୁଛି ମକର ମେଳା, ଲାଗିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | January 14, 2025 IST

ଖୋର୍ଦ୍ଧା ୧୪।୦୧ : ମଙ୍ଗଳବାର ପବିତ୍ର ମକର ସଂକ୍ରାନ୍ତି । ଖୋର୍ଦ୍ଧା ଜିଲ୍ଲାର ଅଟ୍ରିର ଅଟ୍ରି ଉଷ୍ମପ୍ରସ୍ରବଣରେ ମକର ମେଳା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ  ଭିଡ ଜମିଛି । 

ମଙ୍ଗଳବାର ଦିନ ସକାଳୁ ସକାଳୁ ଖୋର୍ଦ୍ଧା ଜିଲ୍ଲାର ଅଟ୍ରିରେ ମକର ମେଳା ଅବସରରେ ଲୋକଙ୍କ ଭିଡ ଜମିଛି । ବିଶ୍ୱାସ ରହିଛି ଆଜିର ଦିନରେ ବାବା ହଟ୍ଟକେଶ୍ୱରଙ୍କୁ ପୂଜାର୍ଚ୍ଚନା କରି ଅଟ୍ରି ଉଷ୍ମପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ପାଇଲେ ଅପୁତ୍ରିକ ନାରୀ ସନ୍ତାନ ପ୍ରାପ୍ତି ହୋଇଥାଏ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।ତେବେ ଭିଡକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । 

ସୂଚନାଯୋଗ୍ୟ ଯେ, ଅଟ୍ରି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ । ଖୋର୍ଦ୍ଧାଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳାମାନେ ଗୁଆ ଖୋଜିଥାନ୍ତି । ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି ।

ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି କାନ୍ତି

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.