ରେଭେନ୍ସା ବାଳିକା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦାବି କଲେ ପରିବାର ଲୋକ

Published By : Prameya-News7 Bureau | February 20, 2025 IST

କଟକ: କଟକ ରେଭେନସା ସରକାରୀ ବାଳିକା ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଢେଙ୍କାନାଳ ଗଁଦିଆ ଆମ୍ବପଡାର ଦଶମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ଦାସଙ୍କ ମୃତ୍ୟୁର ସଠିକ ଓ ନିରପେକ୍ଷ ତଦନ୍ତ ଦାବି କରି ପରିବାର ଲୋକ ଡିସିପିଙ୍କୁ ଭେଟିଛନ୍ତି। 

ସେମାନେ ଦାବୀ କରିଛନ୍ତି ଯେ ଝିଅକୁ ବିଭିନ୍ନ ସମୟରେ ଜଣେ ହଷ୍ଟେଲ ୱାଡେନ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଆଉ ସେ ହିଁ ଶୁଭସ୍ମିତାର ମୃତ୍ୟୁ ପାଇଁ ଦାୟୀ। ବିଭିନ୍ନ ବିଶୃଙ୍ଖଳା ଓ ଅବ୍ୟବସ୍ଥା ବିରୁଦ୍ଧରେ ବାରମ୍ବାର ସ୍ୱର ଉତ୍ତୋଳନ କରୁଥିଲା। ତେଣୁ ସେ ଆତ୍ମହତ୍ୟା କରି ନାହିଁ ବରଂ ତାକୁ ମାରି ଦିଆଯାଇଛି। 

ତେଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି। କଟକ ଡିସିପି ସେମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବା ସହ ଏ ନେଇ ଉପଯୁକ୍ତ ତଦନ୍ତ ହେବ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ମୃତା ଛାତ୍ରୀଙ୍କ ମାଆ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.