ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି, ଜିଲ୍ଲାର ପିଲାଙ୍କୁ ସପ୍ତାହେ ସ୍କୁଲ ନ ଛାଡ଼ିବାକୁ ନିଷ୍ପତ୍ତି

Published By : Prameya-News7 Bureau | October 17, 2024 IST

କୋରାପୁଟ ୧୭।୧୦: ସପ୍ତାହେ ସ୍କୁଲ ଯିବେନି ପିଲା । କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି । କୋରାପୁଟ ନିଶାଣୀମୁଣ୍ଡା ସଭାଗୃହ ଠାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଯୋଗଦେଇ ଥିଲେ । ଶିକ୍ଷକ ତଥା ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି  ଦାବିରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସପ୍ତାହେ ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ଜଣ ବିଧାୟକ ଓ ୨ ଜଣ ସାଂସଦଙ୍କ ବାସଭବନ ଘେରାଉ କରାଯିବ ଏବଂ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରେ ପିଲାମାନଙ୍କୁ ଏକ ସପ୍ତାହ ସ୍କୁଲ ନ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହ ପରେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ପିଲାମାନଙ୍କୁ ସ୍କୁଲକୁ ନ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

You Can Read:

ସାତକୋଶିଆକୁ ଆସିବେ ୧୨ରୁ ୧୬ ମହାବଳ, ପର୍ଯ୍ୟାୟ କ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଅଣାଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.