ଦିଲ୍ଲୀରେ ଅତି ସାଂଘାତିକ୍ ବାୟୁ ପ୍ରଦୂଷଣ; ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ପାର୍, GRAP-୪ ଲାଗୁ

Published By : Prameya-News7 Bureau | November 18, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ୍ ସ୍ତରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ପାର୍ କରିଛି । ପ୍ରଦୂଷଣରେ ଧୂଆଁ ଧୂଆଁ ହୋଇଛି ଏନସିଆର୍ ଆକାଶ । ନିଶ୍ବାସ ନେବା ଲୋକଙ୍କ ପକ୍ଷେ ମୁସ୍କିଲ୍ ହୋଇଛି । କୁହୁଡି ପାଇଁ ଇଣ୍ଡିରାଗାନ୍ଧି ଏୟାରପୋର୍ଟରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ସ୍କୁଲ ବନ୍ଦ କରାଯାଇ ଅନଲାଇନରେ କ୍ଲାସ୍ କରାଯାଉଛି । ସେପଟେ ଦିଲ୍ଲୀରେ ଆଜିଠୁ ଲାଗୁ ହୋଇଛି ଗ୍ରାଫ୍-୪ ନିୟମ । ଟ୍ରକ୍ ଗୁଡ଼ିକୁ ସହର ଭିତରକୁ ନୋ-ଏଣ୍ଟ୍ରି କରାଯାଇଛି ।

ଦିଲ୍ଲୀ ବାୟୁ ପ୍ରଦୂଷଣ ଏବଂ ଘନ କୁହୁଡ଼ି ନେଇ ଭାରତୀୟ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ ଜାରି କରିଛି । ଘନ କୁହୁଡ଼ି ପାଇଁ ସୋମବାର ସକାଳୁ ଦୃଶ୍ୟମାନ ହ୍ରାସ ପାଇଛି । ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରୁ ୩୦ ମନିଟ୍ ବିଳମ୍ବରେ ସ୍ପାଇସ୍ ଜେଟ୍ ଏବଂ ଇଣ୍ଡିଗୋ ର ଫ୍ଲାଇଟ୍ ଉଡ଼ାଣ କରିଛି । ଦିଲ୍ଲୀର ଅଧିକାଂଶ ସ୍ଥାନରେ ବାୟୁ ପ୍ରଦୂଷଣ ମାନ ୪୫୦ ପାର୍ କରିଛି । ନୋଇଡାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ରେକର୍ଡ ରହିଛି । ଏହା ଅତ୍ୟନ୍ତ ସାଂଘାତିକ୍ ବାୟୁ ପ୍ରଦୂଷଣ ବୋଲି କୁହାଯାଉଛି । ଗାଜିଆବାଦ ଏବଂ ଗୁରୁଗ୍ରାମରେ ଏକ୍ୟୁଆଇ ଯଥାକ୍ରମେ ୪୦୦ ଏବଂ ୪୪୬ ରହିଛି । 

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନଜରରେ ରଖି ପ୍ରଥମରୁ ନବମ ପର୍ଯ୍ୟନ୍ତ ସ୍କୁଲକୁ ସସ୍‌ପେଣ୍ଡ କରାଯାଇଛି । ସୋମବାରଠୁ ଏହି ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । କେବଳ ଦଶମରୁ ଦ୍ବାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସ୍କୁଲ ଆସି ଅଫଲାଇନ କ୍ଲାସ୍ କରୁଛନ୍ତି । ଏହାଛଡ଼ା ଏନସିଆରରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରୁପ୍-୪ ରେସ୍‌ପନ୍ସ ଆକ୍ସନ ପ୍ଲାନ ଲାଗୁ କରାଯାଇଛି । ସହର ମଧ୍ୟରୁ ଟ୍ରକ୍ ଏଣ୍ଟ୍ରି ଉପରେ କଟକଣା ଲାଗୁ ହୋଇଛି । ଏଲଏନଜି, ସିଏନଜି, ବିଏସ-୬ ଡିଜେଲ ଏବଂ ଇଲେକ୍ଟ୍ରିକ୍ ଗାଡ଼ି ଚଳାଚଳ ନେଇ ଅନୁମତି ରହିଛି । ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ବାତିଲ୍ କରାଯାଇଛି । ଏନସିଆରରେ ୫୦ ପ୍ରତିଶତ କାମ ଜାରି ରହିଛି  । ସେହିପରି ଅଡ୍-ଇଭେନ୍ ନମ୍ବର ଜାରି କାର୍ଯ୍ୟକାରୀ ହୋଇଛି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.