‘ଲୋକତନ୍ତ୍ର ଆମ ରକ୍ତରେ ଅଛି’, ଡେମୋକ୍ରାସିକୁ ନେଇ ପ୍ରଶ୍ନର ଉତ୍ତରରେ କହିଲେ ପିଏମ ମୋଦୀ

Published By : Prameya-News7 Bureau | June 23, 2023 IST

ନୂଆଦିଲ୍ଲୀ, ୨୩/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ନିଜ ଯାତ୍ରାର ଦ୍ବିତୀୟ ଦିନରେ ସେ ହ୍ବାଇଟ ହାଉସ ପହଞ୍ଚିଛନ୍ତି। ଏଠାରେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏବଂ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛି। ଏହା ପରେ ଉଭୟ ନେତା ମିଳିତ ଭାବରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଆମେରିକା ଗଣମାଧ୍ୟମ ଭାରତରେ ଲୋକତନ୍ତ୍ର, ମାନବାଧିକାର ଏବଂ ସଂଖ୍ୟାଲଘୁଙ୍କ ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ।

ଯାହାର ଉତ୍ତରରେ ମୋଦୀ କହିଛନ୍ତି ‘‘ ଲୋକେ କହୁନାହାଁନ୍ତି ବରଂ ଭାରତ ଲୋକତନ୍ତ୍ର। ଭାରତ ଏବଂ ଆମେରିକା ଉଭୟ ଡିଏନଏରେ ଲୋକତନ୍ତ୍ର ରହିଛି। ଲୋକତନ୍ତ୍ର ଆମର ଆତ୍ମା। ଲୋକତନ୍ତ୍ର ଆମର ରକ୍ତରେ ରହିଛି।’’ ଆତଙ୍କବାଦ ବିରୋଧରେ ଭାରତ ଏବଂ ଆମେରିକା ଏକାଠି ଲଢୁଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ଭାରତରେ ଭେଦଭାବ ନାହିଁ । ’’

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ:

ସେହିପରି ଆମେରିକା କଂଗ୍ରେସରେ ଉଦବୋଧନ ସମୟରେ ଆତଙ୍କବାଦ ବିଷୟରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପିଏମ ମୋଦୀ କହିଛନ୍ତି ‘‘ ୯/୧୧ ଏବଂ ୨୬/୧୧ ଆକ୍ରମଣ ପରେ ଏବେବି କଟ୍ଟରବାଦ ଏବଂ ଆତଙ୍କବାଦ ସମଗ୍ର ଦୁନିଆ ପାଇଁ ଗମ୍ଭୀର ବିଷୟ ହୋଇଛି। ଆତଙ୍କବାଦ ମାନବ ସମାଜର ଶତ୍ରୁ। ଏହା ସହ ଲଢ଼ିବା ପାଇଁ କୌଣସି ବାହାନା ନରହିବା ଦରକାର। ଆତଙ୍କବାଦକୁ ପ୍ରାୟୋଜିତ କରୁଥିବା ଏବଂ ଯେଉଁମାନେ ଆତଙ୍କବାଦକୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ବିରୋଧରେ ଆମକୁ ମିଶି ଲଢ଼ିବା ଦରକାର।’’

AI ଅର୍ଥ ହେଉଛି ଆମେରିକା -ଇଣ୍ଡିଆ:

ଆହୁରି ମଧ୍ୟ ଆମେରିକା କଂଗ୍ରେସକୁ ସମ୍ବୋଧନ ସମୟରେ ଉଦବୋଧନ ଦେଇ ମୋଦି କହିଥିଲେ AI ଅର୍ଥ ହେଉଛି ଆମେରିକା-ଇଣ୍ଡିଆ । ଆଜି ଭାରତ ଏବଂ ଆମେରକା ସମ୍ରୁଦରୁ ଆରମ୍ଭ କରି ଅନ୍ତରୀକ୍ଷ ପର୍ଯ୍ୟନ୍ତ, ବାଣିଜ୍ୟ, କୃଷି, ଅର୍ଥ, କଳା ଏବଂ ଏଆଇ, ସ୍ବାସ୍ଥ୍ୟ ସେବାରେ ମିଳିମିଶି କାମ କରୁଛନ୍ତି। ଭାରତରେ ୨୫ଶହ ରାଜନୈତିକ ଦଳ, ୨୨ଟି ଅଫିସିଆଲ୍ ଭାଷା, ୧ହଜାର କଥିତ ଭାଷା, ପ୍ରତି ଶହେ ମାଇଲ୍‌ରେ ବଦଳିଯାଏ ଖାଦ୍ୟ । ବିବିଧତା ଭାରତୀୟ ଜୀବନର ଅଙ୍ଗ । ଖୁବ ଶୀଘ୍ର ଭାରତ ବିଶ୍ବର ତୃତୀୟ ମହାଶକ୍ତି ଭାବରେ ଉଭା ହେବ ବୋଲି ମୋଦି ତାଙ୍କ ଭାଷଣରେ କହିଛନ୍ତି। ।

ୟୁକ୍ରେନ୍‌ ସଙ୍କଟ ଉପରେ କଲେ ଚିନ୍ତା ବ୍ୟକ୍ତ:

ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍‌ ସଂକଟ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ’’ଯୁଦ୍ଧ ଯୋଗୁ ଲୋକଙ୍କୁ କଷ୍ଟ ହୋଇଥାଏ। ଦୁଇ ଦେଶର ଯୁଦ୍ଧ କାରଣରୁ ବିକାଶଶୀଳ ଦେଶ ମଧ୍ୟ ପ୍ରଭାବିତ ହେଉଛନ୍ତି। ଯୋଗାଣ ଚେନ୍‌ ସୀମିତ ହୋଇଛି। ଆମେ ମିଳିମିଶି ଚେଷ୍ଟା କରିବା ଦରକାର ଯେ, ସପ୍ଲାଏ ଚେନ୍‌କୁ ମଧ୍ୟ ଲୋକତାନ୍ତ୍ରିକ କରାଯାଉ। ୟୁକ୍ରେନ ସଙ୍କଟ କାରଣରୁ ୟୁରୋପରେ ଯୁଦ୍ଧର ସାୟା ରହିଛି। ଏଥିରେ ଅନେକ ଶକ୍ତି ସାମିଲ ଅଛନ୍ତି। ପିଏମ କହିଛନ୍ତି ମୁଁ ସ୍ପଷ୍ଟ କହିଥିଲି ଯେ ଯୁଦ୍ଧର ସମୟ ନୁହେଁ, ବରଂ ସମ୍ବାଦ ଏବଂ କୂଟନୀତିର ସମୟ। ଆମେ ରକ୍ତପାତ ଏବଂ ଲୋକଙ୍କୁ ପୀଡ଼ାକୁ ମିଳିମିଶି ରୋକିବା ଦରକାର।’’

ଆହୁରି ପଢ଼ନ୍ତୁ: ହ୍ବାଇଟ ହାଉସରେ ପିଏମ ମୋଦୀଙ୍କୁ ଭବ୍ୟ ସ୍ବାଗତ, କହିଲେ– ଏହା ୧୪୦ କୋଟି ଭାରତୀୟଙ୍କୁ ସମ୍ମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.