ସୁବର୍ଣ୍ଣପୁର ୩୦।୧୧: ଡାଲା, କୋଦାଳ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡ଼ା ଗ୍ରାମ ପଞ୍ଚାୟତରେ ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ । ଶ୍ରମିକ ମାନେ କାମ ମାଗିଗଲେ ଦୂରକୁ କାମ କରିବାକୁ ଯିବାକୁ କହିଛନ୍ତି ପଞ୍ଚାୟତ ଅଧିକାରୀ । ଏହା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପଞ୍ଚାୟତର ଶତାଧିକ ଶ୍ରମିକ । ଶ୍ରମିକ ମାନେ ନିୟମ ଅନୁଯାୟୀ ସି-ଫର୍ମ ମାଧ୍ୟମରେ କାମ ମାଗୁଛନ୍ତି ହେଲେ ସଂପୃକ୍ତ ପଞ୍ଚାୟତ ଅଧିକାରୀ ସରପଞ୍ଚଙ୍କ ଇସାରାରେ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେଇନାହାନ୍ତି । ଅଥଚ ମେସିନ ସାହାଯ୍ୟରେ କୋଟି କୋଟି ଟଙ୍କାର ମନରେଗା କାମ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଉଲୁଣ୍ଡା ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ଶୁଣୁ ନଥିବାରୁ ବାଧ୍ୟ ହୋଇ ନିଆରା ପ୍ରତିବାଦ କରିଥିବା ଶ୍ରମିକ ମାନେ କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
You Can Read:
ମହଙ୍ଗା ପଡିଲା ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା, ନିଲମ୍ଵିତ ହେଲେ ହେମଗିରି ତହସିଲଦାର